31.1 C
Bhubaneswar
Monday, April 6, 2026
Homeଓଡିଶା୫ଲକ୍ଷ ଠକେଇ ମାମଲା: ୧ ଗିରଫ

୫ଲକ୍ଷ ଠକେଇ ମାମଲା: ୧ ଗିରଫ

କଟକ: କ୍ୟାଂଟେନମେଂଟ ଥାନା ପୁଲିସ ଏକ ଠକେଇ ମାମଲାର ଜଣେ ଠକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଚାଉଳିଆଗଞ୍ଜ ଥଟ୍ଟାରୀସାହିର ଲକ୍ଷ୍ମୀକାନ୍ତ ସାହୁ (୨୨)। ଚାଉଳିଆଗଞ୍ଜ ଥଟ୍ଟାରୀସାହିର ଜଗବନ୍ଧୁ ସାହୁ ସେହି ସାହିର ପ୍ରମୋଦ କୁମାର ସାହୁ ଓ ତାଙ୍କ ପୁତ୍ର ଲକ୍ଷ୍ମୀକାନ୍ତ ସାହୁଙ୍କ ଦ୍ୱାରା ୫ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ଓ ଏହି ଠକେଇରେ ବ୍ୟାଙ୍କ ଅଫ ବରୋଦାର ତତକାଳୀନ ପରିଚାଳକ, କ୍ଷତ୍ରିୟ ଅଧିକାରୀ ଶିବରାମ ସାହୁଙ୍କ ସଂପୃକ୍ତି ରହିଥିବା ନେଇ ଅଭିଯୋଗ କରିଥିଲେ ।

ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ଫେରାର ହୋଇଯାଇ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିଲ।।ଅଭିଯୋଗକାରୀ ଜଗବନ୍ଧୁ ବ୍ୟାଙ୍କ ଅଫ ବରୋଦାରେ କରିଥିବା ଋଣ ଆବେଦନ ସମୟର ତାଙ୍କ କରେ ଆକାଉଂଟର ଏକ ଚେକ୍ ପ୍ରଦାନ କରିଥିଲେ ।

ଏହି ଚେକ ମାଧ୍ୟମରେ ତାଙ୍କ ଅଜାଣତରେ ତାଙ୍କ ଜମା ଖାତାରୁ ୫ ଲକ୍ଷ ଟଙ୍କା କିଶନ କୁମାର ଜେନାଙ୍କ ଜମା ଖାତାରେ ଜମା ହୋଇଥିଲା ଓ ପରେ ସେହି ଟଙ୍କା କିଶନଙ୍କଜମା ଖାତାରୁ ଲକ୍ଷ୍ମୀଧରଙ୍କ ଜମା ଖାତାକୁ ଯାଇଥିଲା । ତେବେ ଲକ୍ଷ୍ମୀଧରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେତା ବିରୋଧରେ ପୂର୍ବରୁ ଚାଉଳିଆଗଞ୍ଜ ଥାନାରେ ୨ଟି ଓ କଟକ ସଦର ଥାନାରେ ଗୋଟିଏ ମାମଲା ଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking