25.9 C
Bhubaneswar
Monday, April 6, 2026
Homeଓଡିଶା୫ କେଜି ଗ୍ୟାସ ସିଲିଣ୍ଡର ବନ୍ଦ: ସରକାରୀ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କର

୫ କେଜି ଗ୍ୟାସ ସିଲିଣ୍ଡର ବନ୍ଦ: ସରକାରୀ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କର

ଭୁବନେଶ୍ୱର: ଓଡ଼ିଶାରେ ୫ କେଜି ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଯୋଗାଣ ଓ ବିକ୍ରୀ ଉପରେ ରୋକ ଲଗାଇବା ବିଜେପି ସରକାରଙ୍କ ଏକ ସ୍ପଷ୍ଟ ଜନବିରୋଧୀ ଓ ଯନ୍ତ୍ରଣାଦାୟକ ପଦକ୍ଷେପ । ଏହି ଛୋଟ ସିଲିଣ୍ଡର ଉପରେ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ବେକାର ଯୁବକ-ଯୁବତୀ ଓ ଅତି କ୍ଷୁଦ୍ର ଦୋକାନୀମାନେ ଦୈନିକ ଜୀବନ ଚଳାଇବା ପାଇଁ ନିର୍ଭର କରୁଥିଲେ । ସଙ୍କଟକାଳୀନ ପରିସ୍ଥିତିରେ ସରକାରଙ୍କ କାମ ହେଉଛି ଲୋକଙ୍କ ସମସ୍ୟା ସମାଧାନ କରିବା, କିନ୍ତୁ ସରକାର ତାହାର ପୂର୍ଣ୍ଣ ବିପରୀତ ପଥ ଅନୁସରଣ କରୁଛନ୍ତି । ଏହା ପୂର୍ବରୁ ଏଲ୍‌ପିଜି ସିଲିଣ୍ଡରରେ ଇ-କେୱାଇସି କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ନତୁବା ଗ୍ୟାସ ସଂଯୋଗ କଟିଯିବ । ଏହିଭଳି ଜଟିଳତା ଦ୍ୱାରା ସାଧାରଣ ଲୋକଙ୍କୁ ବହୁ ଅସୁବିଧାରେ ପକାଇ ଦେଇଥିବା ବିଜେପି ସରକାର ବର୍ତ୍ତମାନ ୫ କେଜି ଗ୍ୟାସ ସିଲିଣ୍ଡର ବନ୍ଦ କରି ସମସ୍ୟାକୁ ଆହୁରି ଘନୀଭୂତ କରିଛନ୍ତି । ଏହା ଗରିବ ଓ ଶ୍ରମଜୀବୀ ବର୍ଗର ଜୀବନକୁ ସିଧାସଳଖ ପ୍ରଭାବିତ କରିବା ସହ ଦୈନିକ ଜୀବିକା ଉପରେ ଗଭୀର ଆଘାତ କରିବ । ସି.ପି.ଆଇ.(ଏମ୍‌) ଏହି ଜନବିରୋଧୀ ନିଷ୍ପତ୍ତିକୁ ଦୃଢ ଭାବେ ନିନ୍ଦା କରୁଛି । ସରକାର ତୁରନ୍ତ ଏହି ଜନବିରୋଧୀ ନିର୍ଦ୍ଦେଶ ପ୍ରତ୍ୟାହାର କରି ୫ କେଜି ଗ୍ୟାସ ସିଲିଣ୍ଡର ଯୋଗାଣ ପୁନର୍ବାର ଆରମ୍ଭ କରିବାକୁ ଦାବି କରୁଛୁ । ସାଧାରଣ ଲୋକଙ୍କ ଦୁଃଖକଷ୍ଟକୁ ଅବହେଳା କରି ଚାଲିଥିବା ଏପରି ପଦକ୍ଷେପ କେବେବି ଗ୍ରହଣଯୋଗ୍ୟ ନୁହେଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking