28.1 C
Bhubaneswar
Friday, March 27, 2026
Homeଓଡିଶାଓଡିଶାକୁ ଆସିବେ ୫ ମହାବଳ

ଓଡିଶାକୁ ଆସିବେ ୫ ମହାବଳ

ଭୁବନେଶ୍ବର: ଓଡ଼ିଶାର ଅଭୟାରଣ୍ୟରେ ମହାବଳ ବାଘବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଥି ପାଇଁ ବାହାର ରାଜ୍ୟରୁ ମହାବଳ ବାଘ ଆଣିବେ। ଏହାକୁ ରାଜ୍ୟର ୨ଟି ଅଭୟାରଣ୍ୟରେ ଛାଡ଼ିବେ। ବନ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ସୂଚନା ଅନୁସାରେ ରାଜ୍ୟ ସରକାର ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୫ଟି ମହାବଳ ବାଘ ଆଣିବାକୁ ଯୋଜନା କରିଛନ୍ତି। ସମ୍ବଲପୁର ଜିଲ୍ଲା ଡେବ୍ରିଗନ ଅଭୟାରଣ୍ୟ ପାଇଁ ୩ଟି ଓ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ୨ଟି ମହାବଳ ବାଘ ଆଣିବେ। ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ମହାବଳ ଆସିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking