35.1 C
Bhubaneswar
Thursday, April 2, 2026
Homeଓଡିଶାଗୁଡ୍‌ସ୍‌ ଟ୍ରେନ୍‌ର ୫ ବଗି ଲାଇନଚ୍ୟୁତ

ଗୁଡ୍‌ସ୍‌ ଟ୍ରେନ୍‌ର ୫ ବଗି ଲାଇନଚ୍ୟୁତ

ପଶ୍ଚିମବଙ୍ଗ : ପୁଣି ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ପଶ୍ଚିମବଙ୍ଗ ଜଳପାଇଗୁଡିର ମୟନାଗୁଡି ଷ୍ଟେସନରେ ଆଜି ସକାଳୁ ଘଟିଛି ଏଭଳି ଘଟଣା। ଗୁଡ୍‌ସ୍‌ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ ହୋଇଛି। ସୂଚନାନୁସାରେ, ଆଜି ସକାଳ ସାଢ଼େ ୬ଟାରେ ଆଲିପୁରଦାର ଡିଭିଜନର ନୂଆ ମୟନାଗୁଡି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍‌ର ୫ଟି ଓ୍ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହି କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ଟ୍ରେନ ଗୁଡିକ ଷ୍ଟେସନରେ ଅଟକି ରହିଛି। ତେବେ ସୌଭାଗ୍ୟବଶତଃ ଏସମସ୍ତ ଓ୍ୱାଗନ ଖାଲି ଥିଲା। ସେପଟେ ଏହି ଘଟଣାରେ ଷ୍ଟେସନର ଜଳ ଯୋଗାଣ ପାଇପଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପ୍ରତି ମରାମତି କାମ ଚାଲିଛି। ଏହି ରୁଟ୍‌ ଦେଇ ଯାଉଥିବା ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍‌ର ଗତିକୁ ପରିବର୍ତ୍ତନ କରାଯାଇଛି। ଖୁବଶୀଘ୍ର ମରାମତି କାମ ସରିବ ବୋଲି ରେଳ ଅଧିକାରୀମାନେ କହିଛନ୍ତି। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking