19.1 C
Bhubaneswar
Friday, February 6, 2026
Homeଓଡିଶା୨୪ ସୁନାଚେନ ସହ ୫ ଅଭିଯୁକ୍ତ ଗିରଫ

୨୪ ସୁନାଚେନ ସହ ୫ ଅଭିଯୁକ୍ତ ଗିରଫ

ତାଳଚେର: ତାଳଚେର ପୋଲିସ ହାତରେ ଆନ୍ତରାଜ୍ୟ ସୁନା ଚେନ ଲୁଟେରା ଗ୍ୟାଙ୍ଗ। ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ତାଳଚେର ପୋଲିସ। ତାଙ୍କ ନିକଟରୁ ୨୪ ଟି ସୁନାଚେନ ଜବତ ହୋଇଛି। ଜବତ ଚେନର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ମହିଳାଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଥାନରୁ ସୁବିଧା ଦେଖି ସୁନା ଚେନ ଛିଡାଇ ଚମ୍ପଟ ମାରୁଥିଲେ ଏହି ଗ୍ୟାଙ୍ଗ। ପୋଲିସ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୧୯ ତାରିଖ ଦିନ ତାଳଚେର ବାଘୁଆବୋଲ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ ଚିଣ୍ଡାଇ ଦୁଇଜଣ ଚୋର ମୋଟର ସାଇକେଲରେ ପଳାଇ ଯାଉଥିବାବେଳେ ଡେରା ଠାରେ ଚୋରି ହୋଇଥିବା ପରିବାରର ସଦସ୍ୟ ଚୋରକୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରେ ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରା ଗ୍ୟାଙ୍ଗଙ୍କ ସମେତ ଏଥିରେ ସମ୍ପୃକ୍ତି ଥିବା ସୁନା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking