23.1 C
Bhubaneswar
Thursday, January 2, 2025
Homeଓଡିଶା୧୦ ବର୍ଷରେ ୪୮ ହାଜତ ମୃତ୍ୟୁ

୧୦ ବର୍ଷରେ ୪୮ ହାଜତ ମୃତ୍ୟୁ

ଭୁବନେଶ୍ୱର: ଗତ ୧୦ ବର୍ଷରେ ରାଜ୍ୟରେ ୪୮ଜଣଙ୍କ ହାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଧାନସଭାରେ କଂଗ୍ରେସ ବିଧାୟକ ତାରାବାହିନୀପତିଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମହୋନଚରଣ ମାଝୀ । ୨୦୧୫ରେ ସର୍ବାଧିକ ୮ ଜଣଙ୍କ ହାଜତରେ ମୃତୁ୍ୟ ହୋଇଛି । ସେହିପରି ୨୦୧୬ରେ ୪ଜଣ, ୨୦୧୭ରେ ୩ଜଣ, ୨୦୧୮ରେ ୩ଜଣ, ୨୦୧୯ରେ ୭ ଜଣ, ୨୦୨୦ରେ ୭ ଜଣ, ୨୦୨୧ରେ ୫ଜଣ ଏବଂ ୨୦୨୩ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସୋମବାର ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଆଜି ଉଭୟ ବିରୋଧୀ କଂଗ୍ରେସ ଓ ଶାସକ ବିଜେପି ସଦସ୍ୟଙ୍କ ପକ୍ଷରୁ ସ୍ୱାଧୀକାର ନୋଟିସ ଅଣାଯାଇଥିବାବେଳେ ସବୁ ନୋଟିସ ଉପରେ ଆଲୋଚନା କରି କହିବି ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି । ତେବେ ବାଚସ୍ପତିଙ୍କ ବିବୃତ୍ତି ପରେ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking