ଜାମ୍ମୁ – କାଶ୍ମୀର: ସୁରକ୍ଷା ଦୃଷ୍ଟିରୁ ଜାମ୍ମୁ – କାଶ୍ମୀର ସରକାର ଡଜନ ଡଜନ ରିସର୍ଟ ଏବଂ ଅନେକ ପ୍ରସିଦ୍ଧ ପର୍ଯଟନ ସ୍ଥଳ ବନ୍ଦ କରିଦିଆଯାଇଛି । ନିକଟରେ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ । ଏହି କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଶାନ୍ତ ଉପତ୍ୟାକା ଏବଂ ଉଚ୍ଚ ପର୍ବତ ପାଇଁ ଜଣାଶୁଣା ଏହି ସୁନ୍ଦର ଅଞ୍ଚଳରେ ପ୍ରାୟ ୪୮ଟି ରିସର୍ଟ ବନ୍ଦ କରିଦିଆଯାଇଛି । ଦୁଧପତ୍ରି ଏବଂ ଭେରିନାଗ ଭଳି ଅନେକ ପର୍ଯ୍ୟଟନ ସ୍ଥଳ ଏବେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଯାଇଛି ।
ସୂଚନା ଅନୁଯାୟୀ, ସୁରକ୍ଷା ଏଜେନ୍ସିଗୁଡିକର ପରାମର୍ଶ କ୍ରମେ ଜାମ୍ମୁ – କାଶ୍ମୀର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ବିଷୟରେ ଗୁଇନ୍ଦା ସଂସ୍ଥାଗୁଡିକ ସତର୍କ କରାଇ ଦେଇଥିଲେ, ଯାହା ଯୋଗୁଁ ୮୭ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ ଟି ବନ୍ଦ କରିଦିଆଯାଇଛି । ସୂତ୍ର ଅନୁସାରେ ପହଲଗାମରେ ହେଇଥିବା ଆକ୍ରମଣ ପରେ, କିଛି ଲୁଚି ରହିଥିବା ଆତଙ୍କବାଦୀ ଘଟିରେ ସକ୍ରିୟ ହୋଇଯାଇଛନ୍ତି ଏବଂ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି । ଗୁଇନ୍ଦା ସୂଚନା ଅନୁସାରେ, ପହଲଗାମ ଆକ୍ରମଣ ପରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଘର ଉଡାଇ ଦେବାର ପ୍ରତିଶୋଧ ନେବା ପାଇଁ ଟିଆରଟି( ଦି ରେଜିଷ୍ଟାନ୍ସ ଫ୍ରଣ୍ଟ) ସଗଂଠନ କିଛି ଲୋକଙ୍କୁ ହତ୍ୟା କରିବା ଏବଂ ଏକ ବଡ ଆକ୍ରମଣ କରିବାକୁ ଯୋଜନା କରୁଛି । ଏହି କାରଣରୁ ଗୁଲମାର୍ଗ, ସୋନମାର୍ଗ ଏବଂ ଡାଲ ହ୍ରଦ ଭଳି ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥଳୀରେ ସ୍ୱତନ୍ତ୍ର ପୋଲିସ ଦଳ ଏବଂ ଫିଦାୟିନ ବିରୋଧି ଦଳ ମୁତୟନ କରାଯାଇଛି । ସାଧାରଣତଃ ଉପତ୍ୟାକାରେ ଆତଙ୍କବାଦୀ ଘଟଣା ପରେ ସୁରକ୍ଷା ବୃଦ୍ଧି କରାଯାଏ ।
ଏହି ଆକ୍ରମଣ କାଶ୍ମୀରର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିପାରେ, କିନ୍ତୁ ପର୍ଯ୍ୟଟନ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇପାରେ। ଯେଉଁମାନେ ସେଠାରେ ହୋଟେଲ ଖୋଲିବାକୁ, ବ୍ୟବସାୟ ଆରମ୍ଭ କରିବାକୁ କିମ୍ବା ଫଳ ବ୍ୟବସାୟ କରିବାକୁ ଚାହୁଁଥିଲେ, ସେମାନଙ୍କର ଆତ୍ମବିଶ୍ୱାସ ଦୋହଲିଯାଇପାରେ। ଏହି କାରଣରୁ, ବହୁ ବର୍ଷର କଠିନ ପରିଶ୍ରମ ପରେ ଟିକେ ସୁଧାର ଆସୁଥିବା କାଶ୍ମୀରର ଅର୍ଥନୀତି ପୁଣି ଦୁର୍ବଳ ହୋଇପାରେ। ଏହା ବ୍ୟତୀତ, ଏହା କାଶ୍ମୀର ଲୋକଙ୍କ ଆୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ।









