27.1 C
Bhubaneswar
Thursday, April 9, 2026
Homeଓଡିଶା୪୮ଟି ଗ୍ୟାସ୍‌ ସିଲିଣ୍ଡର୍‌ ଜବତ

୪୮ଟି ଗ୍ୟାସ୍‌ ସିଲିଣ୍ଡର୍‌ ଜବତ

ଗଜପତି: ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର୍‌ ଅଭାବ ଦେଖିବାକୁ ମିଳିଛି। ଯାହାର ପ୍ରଭାବ ଗଜପତି ଜିଲାରେ ମଧ୍ୟ ସିଲିଣ୍ଡରର ଅଭାବ ଦେଖାଦେଇଛି। ଫଳରେ ଗଜପତି ଜିଲା ପ୍ରଶାସନ ପକ୍ଷରୁ ଘନଘନ ଚଢ଼ାଉ ଜାରି ରହିଛି। ଆଜି ମୋହନାରେ ଏକ ଗାଡ଼ିରେ ଏକ ଏଜେନ୍ସି ପକ୍ଷରୁ ବେଆଇନ ଭାବେ ବିକ୍ରି କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଉପଜିଲାପାଳ ଅନୁପ କୁମାର ପଣ୍ଡା ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଗ୍ୟାସ ସିଲିଣ୍ଡର୍‌ ଓ ଗାଡ଼ିର କୌଣସି ପ୍ରମାଣପତ୍ର ଦେଖାଇ ପାରି ନ ଥିଲେ। ଯାହା ଫଳରେ ଚଢ଼ାଉ କରି ଗାଡ଼ି ସହ ୪୮ଟି ଗ୍ୟାସ୍‌ ସିଲିଣ୍ଡର୍‌ ଜବତ କରାଯାଇଛି। ସେଥିମଧ୍ୟରୁ ୨୬ଟି ଭରି ହୋଇଥିବା ଗ୍ୟାସ୍‌ ସିଲିଣ୍ଡର୍‌ ଓ ୨୮ଟି ଖାଲି ଗ୍ୟାସ୍‌ ସିଲିଣ୍ଡର୍‌ ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking