32.1 C
Bhubaneswar
Wednesday, September 18, 2024
Homeଓଡିଶାତାଲିମ ନେଲେଣି ୪୪,୬୪୨ ଜଣ ପଞ୍ଚାୟତ ପ୍ରତିନିଧି

ତାଲିମ ନେଲେଣି ୪୪,୬୪୨ ଜଣ ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭା ତରଫରୁ ୪୪,୬୪୨ଜଣ ପଞ୍ଚାୟତ ପ୍ରତିନିଧିଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଦିଆଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ ।

ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରଶିକ୍ଷଣ ନିମନ୍ତେ ପ୍ରଶିକ୍ଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଏହି ପ୍ରଶିକ୍ଷକମାନେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ୱାର୍ଡମେମ୍ବର, ସରପଞ୍ଚମାନଙ୍କୁ ତାଲିକା ପ୍ରଦାନ କରିଥାନ୍ତି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ପ୍ରତିଷ୍ଠା ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହାଛଡା ଜିଲ୍ଲା ପରିଷଦର ସହଯୋଗରେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣ ନିର୍ବାଚିତ ଜନପ୍ରତିନିଧିଙ୍କୁ ରାଜ୍ୟ ଭିତରେ ଓ ବାହରେ କ୍ଷେତ୍ର ପରିଦର୍ଶନ ତଥା ବିଭିନ୍ନ କର୍ମଶାଳା ଓ ସମ୍ମିଳନୀରେ ଯୋଗଦେବା ନିମନ୍ତେ ପଠାଯାଇଛି । ତାଲିମ ପାଇଥିବା ପଞ୍ଚାୟତି ପ୍ରତିନିଧିଙ୍କ ମଧ୍ୟରେ ଝାରସୁଗୁଡା ଜିଲ୍ଲାରୁ ୨୭୪ଜଣ ତାଲିମ ନେଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking