30.1 C
Bhubaneswar
Monday, July 8, 2024
Homeଖେଳଡୋପ୍ ଟେଷ୍ଟ୍‌ରେ ବିଫଳ ୪୦୦ ମି. ରନର୍ ଦୀପାଂଶୀ ନିଲମ୍ବିତ

ଡୋପ୍ ଟେଷ୍ଟ୍‌ରେ ବିଫଳ ୪୦୦ ମି. ରନର୍ ଦୀପାଂଶୀ ନିଲମ୍ବିତ

ନୂଆଦିଲ୍ଲୀ: ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ଭାରତ ଶୀର୍ଷ ମହିଳା ୪୦୦ ମିଟର ରନର୍ ଦୀପାଂଶୀଙ୍କୁ ଡୋପ୍ ଟେଷ୍ଟ୍‌ରେ ବିଫଳ କାରଣରୁ ନିଲମ୍ବିତ କରିଛି । ନିକଟରେ ପଞ୍ଚକୁଲାରେ ଶେଷ ହୋଇଥିବା ଜାତୀୟ ଆନ୍ତଃ-ରାଜ୍ୟ ଚାମ୍ପିଅନ୍‌ଶିପ୍‌ରେ ୨୧ ବର୍ଷୀୟା ଦୀପାଂଶୀ ମହିଳା ୪୦୦ ମିଟର ଫାଇନାଲ୍‌ରେ ୫୨.୦୧ ସେକେଣ୍ଡ୍ ସହ କିରଣ ପହଲ୍ (୫୦.୯୨)ଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ । ପ୍ରତିଯୋଗିତା ଅବସରରେ ଜୁନ୍ ୨୭ରେ ସଂଗ୍ରହ କରାଯାଇଥିବା ଦୀପାଂଶୀଙ୍କ ଡୋପ୍ ନମୁନାରୁ  ଆନାବୋଲିକ୍ ଷ୍ଟେର୍‌ୟଡ୍ ମିଳିଥିଲା । ଜୁନ୍ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ଅନ୍ତିମ କ୍ୱାଲିଫାଇଙ୍ଗ୍ ଇଭେଣ୍ଟ୍ ଜାତୀୟ ଆନ୍ତଃ-ରାଜ୍ୟ ଚାମ୍ପିଅନ୍‌ଶିପ୍‌ରେ ପ୍ରଥମ ଡୋପ୍ ପଜିଟିଭ୍ ମାମଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking