32.1 C
Bhubaneswar
Thursday, March 26, 2026
Homeଓଡିଶା୪୦ ହଜାର ଲାଞ୍ଚ: ଆଇଆଇସି ଗିରଫ

୪୦ ହଜାର ଲାଞ୍ଚ: ଆଇଆଇସି ଗିରଫ

ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ କଟକ ସିଆରଆରଆଇ ଥାନାର ଆଇଆଇସି ବିଜୟ ବାରିକ। ୪୦ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ରାଜମହଲ ଛକରୁ ବିଜୟ ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନଠାରୁ ଲାଞ୍ଚ ନେବା ବେଳେ ଗିରଫ ହେଲେ ବାରିକ। ଗିରଫ ପରେ, ବାରିକଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ କରିଥିଲା ଭିଜିଲାନ୍ସ। ତାଙ୍କର ଆୟର ଜ୍ଞାତ ଉତ୍ସଠାରୁ ଅଧିକ ସମ୍ପତ୍ତି ଅଛି କି ନାହିଁ ତଲାସ ଚାଲିଛି। ତଲାସି ସମୟରେ ଭୁବନେଶ୍ୱର ୟୁନିଟ୍ ୧ ସରକାରୀ କ୍ୱାର୍ଟରରୁ ପ୍ରାୟ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking