ଭୁବନେଶ୍ୱର : ୫ ମାସ ମଧ୍ୟରେ ଓଡିଶାରେ ମଲେଣି ୪୦ ହାତୀ । ହାତୀ ମୃତ୍ୟୁ ପାଇଁ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଫରେଷ୍ଟ ଗାର୍ଡ ଏବଂ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ୫ଟି କଲରା ପତରିଆ ବାଘ ମଧ୍ୟ ମରିଛନ୍ତି । ବାଘ ମାରିବା ପାଇଁ ୧୪ ଜଣଙ୍କୁ ଗିରଫ କରାଯାଇଛି । ବିଧାନ ସଭାରେ ବିଜେଡି ବିଧାୟକ ତୁଷାର କାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ତଥ୍ୟ ପ୍ରଦାନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ହାତୀ ନେଇଛି ୬୬୮ ଜୀବନ । ହାତୀ ଆକ୍ରମଣରେ ଆହତ ହୋଇଛନ୍ତି ୫୦୯ ଜଣ । ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାଙ୍କୁଡଙ୍କ ପ୍ରଶ୍ନରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖି କହିଛନ୍ତି , ରାଜ୍ୟରେ ବଢିଛି ହାତୀ ଉପଦ୍ରବ । ୩ ବର୍ଷରେ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ ୧୦ ହଜାର ୨୫୯ ଘର ଭାଙ୍ଗିଛନ୍ତି ହାତୀପଲ ।