ପାଟଣାଗଡ: ଚାରି ବର୍ଷର ପୁଅ ମୁଣ୍ଡରେ ଚଢିଗଲା ଟ୍ରକ୍ । ଗୁରୁତର ଅବସ୍ଥାରେ ମାଆ ବାପା, ଭିଣୋଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପାଚଣାଗଡ ଘସିଆନ-ଲରମ୍ଭା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପା, ମାଆ, ପୁଅ ଓ ଭିଣୋଇ ବାଇକରେ ଯିବାବେଳେ ଧକ୍କା ଦେଲା ହାଇୱା । ବାହାଘର କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।