19.1 C
Bhubaneswar
Saturday, December 27, 2025
Homeଅପରାଧ୪ ପେସାଦାର ଲୁଟେରା କୋର୍ଟଚାଲାଣ; ୯ ମୋବାଇଲ୍ ଓ ୪ ବାଇକ୍ ଜବତ

୪ ପେସାଦାର ଲୁଟେରା କୋର୍ଟଚାଲାଣ; ୯ ମୋବାଇଲ୍ ଓ ୪ ବାଇକ୍ ଜବତ

ଯାଜପୁରୋଡ: ଯାଜପୁର ଜିଲ୍ଲା କଳିଙ୍ଗନଗର ପୁଲିସ ୪ ଲୁଟେରାଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ଗିରଫ ୪ଜଣ ହେଲେ ଯାଜପୁରରୋଡ଼ ଥାନା ସିଙ୍ଗାଡ଼ିଆର ଦିଲ୍ଲୀପ ରାୟଙ୍କ ପୁଅ ସିଦ୍ଧାନ୍ତ ରାୟ (୨୨), ରାଛୀପୁରର ସୁରେନ୍ଦ୍ର ଓଝାଙ୍କ ପୁଅ ମୁନା ଓରଫ ଲକ୍ଷ୍ମଣ ଓଝା (୨୩), ଦାନଗଦିର ବାଇଧର ସେଠୀଙ୍କ ପୁଅ ଦୀପକ ସେଠୀ (୨୨) ଓ ସିଙ୍ଗାଡ଼ିଆର ସୁବଳ ମଣ୍ଡଳଙ୍କ ପୁଅ କ୍ରିଷ୍ଣା ମଣ୍ଡଳ (୨୨ ) ବୋଲି ଜଣାପଡ଼ିଛି। ପୁଲିସ କେସ ୪୬୧/ ୨୦୨୫ ଦଫା ୩୦୪(୨)/ ୩(୫) ବିଏନ୍‌ଏସ୍‌ରେ ମାମଲା ରୁଜୁ କରିଛି। ଅପରପକ୍ଷରେ ଲୁଟେରାଙ୍କ ଠାରୁ ୪ଟି ଚୋରା ବାଇକ ଓ ୯ଟି ମୋବାଇଲ ଜବତ କରିଛି। ଗତ ୨୩ ତାରିଖରେ ମୋବାଇଲ ଲୁଟ ସମ୍ପର୍କରେ ବାରଗାଡ଼ିଆର ସଞ୍ଜୟ କୁମାର ମଲ୍ଲିକ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। ପ୍ରକାଶ, ଗତ ୨୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ବିଆର୍‌ପିଏଲ ଛକ ନିକଟରେ ସଞ୍ଜୟ ନିଜ ମୋବାଇଲରେ କାହା ସହିତ କଥା ହେଉଥିଲେ। ଏହି ସମୟରେ ହଠାତ ଡ଼ୁବୁରୀ ଆଡୁ ଏକ ବାଇକ୍‌ରେ ଦୁଇଜଣ ଅଜଣା ବ୍ୟକ୍ତି ପହଞ୍ଚି ସଞ୍ଜୟଙ୍କ ମୋବାଇ ଲୁଟି ନେଇ ଦାନଗଦି ଆଡକୁ ଖୁବ ଜୋରରେ ବାଇକରେ ପଳାଇ ଯାଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ କଳିଙ୍ଗନଗର ପୁଲିସ ତନାଘନା ଆରମ୍ଭ କରିଥିଲେ। ଏମଟି -୧୫ ବାଇକ କେଉଁମାନେ ଚଲାଉଛନ୍ତି ପୁଲିସ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଯାହା ଫଳରେ ଉକ୍ତ ବାଇକକୁ ଆଧାର କରି ପୁଲିସ ଗୋଟିଏ ପରେ ଗୋଟିଏ ଉକ୍ତ ଚାରି ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଏପରିକି ସେମାନଙ୍କୁ ଥାନାରେ ଜେରା କରିବା ପରେ ଚୋରା ୪ ଟି ବାଇକ ଏବଂ ୯ଟି ମୋବାଇଲ ଜବତ କରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଲୁଟେରାଙ୍କ ନାମରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ବ୍ୟତୀତ ଯାଜପୁରରୋଡ଼, ଯଖପୁରା, ଆଦି ବିଭିନ୍ନ ଥାନାରେ ଲୁଟ ମାମଲା ଥିବା କଳିଙ୍ଗନଗର ଆଇଆଇସି ପ୍ରକାଶ ସାହୁଙ୍କ ଠାରୁ ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking