38.8 C
Bhubaneswar
Monday, April 13, 2026
Homeଓଡିଶାମଦ ଦୋକାନ ଭଙ୍ଗାରୁଜା ଘଟଣାରେ ୪ ଜଣ କୋର୍ଟ ଚାଲାଣ

ମଦ ଦୋକାନ ଭଙ୍ଗାରୁଜା ଘଟଣାରେ ୪ ଜଣ କୋର୍ଟ ଚାଲାଣ

ଯାଜପୁର : ମଦକିଣି  ପଇସା ଦେବାକୁ ନେଇ ଝଗଡା ପରେ ଦୋକାନ ଭଙ୍ଗା ଘଟଣାରେ ଯାଜପୁରରୋଡ଼ ପୋଲିସ ୪ ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ମାନେ ହେଲେ ବିରସିଂହ ମୁଣ୍ଡା (୩୪) , ବାଲାଇ ମୁଣ୍ଡା(୨୨), ବର୍ମା ମୁଣ୍ଡା(୨୫) ଓ ମଙ୍ଗୁଳିଆ ମୁଣ୍ଡା(୨୨) ଏମାନେ ସମସ୍ତେ ଏହି ଥନା ସୁଆଁଳ ଗ୍ରାମର | ସୂଚନା ଅନୁଯାୟୀ ଗତ ରବିବାର ସନ୍ଧ୍ୟା ସାଢେ ୫ଟା ସମୟରେ ଅଭିଯୁକ୍ତ ୪ ଜଣ ମାନପୁର ଠାରେ ଥିବା ପ୍ରଶାନ୍ତ ପରିଡାଙ୍କ ବିଦେଶୀ ମଦ ଦୋକାନକୁ ମଦ କିଣିବାକୁ ଯାଇଥିଲେ | ସେଠାରେ ସେମନେ ୪ଟି ବିଅର କିଣି ୨ଟି ର ପଇସା ଦେଇଥିଲେ | କାଉଣ୍ଟରରେ ଥିବା କର୍ମଚାରୀ ଆଉ ୨ଟିର ପଇସା ମାଗିଥିଲେ  | ସେମାନେ ପଇସା ନଦେଇ ଝଗଡା ଆରମ୍ଭ କରିଥିଲେ ଦୋକାନୀ ଜଣକ ସେମାନଙ୍କ ହାତରୁ ୨ଟି ମଦବୋତଲ ଛଡାଇ ନେଇଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ମାନେ ସେମାନଙ୍କ ସାଙ୍ଗ ମାନଙ୍କୁ ଖବର ଦେଇଥିଲେ | ଖବର ପାଇ ଆଉ ୧୫ ରୁ ୨0ଜଣ ପହଁଚି ସେଠାରେ ଗଣ୍ଡଗୋଳ କରିବା ସହ ଦୋକାନର ସୋକେଶ, ସିସି ଟିଭି, ଫ୍ରିଜ, ଟିଭି, ଭାଙ୍ଗିବା ସହ ମୋବାଇଲ, କମ୍ପୁଟର ଏବଂ ହାର୍ଡ ଡିଷକ, ମଦ ଲୁଟ କରିବା ସହ କର୍ମଚାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ | ଏହି ଘଟଣା ଘଟିବା ପରେ ବ୍ୟବସାୟୀ ପ୍ରଶାନ୍ତ ପରିଡା ଯାଜପୁରରୋଡ଼ ଥାନରେ ଅଭିଯୋଗ କରିଥିଲେ | ଯାଜପୁରରୋଡ଼ ପୋଲିସ ୫୬୪/୨ରେ ମାମଲା ୠଜୁକରି ଘଟଣାର ଅନୁସନ୍ଧାନ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଵାସହ ସେମାନଙ୍କ ନିକଟରୁ ଲୁଟ ଜିନିଷ ଜବତ କରିମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି | ଏଥିରେ ସମ୍ପୃକ୍ତ ଅନ୍ୟ ମାନେ ଫେରାର ଥିବା ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ କହିଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking