29.1 C
Bhubaneswar
Friday, April 3, 2026
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ୪ ଭାରତୀୟ ସେନାଙ୍କ ଚାଲିଗଲା ଜୀବନ

ସଡ଼କ ଦୁର୍ଘଟଣାରେ ୪ ଭାରତୀୟ ସେନାଙ୍କ ଚାଲିଗଲା ଜୀବନ

ପଶ୍ଚିମବଙ୍ଗ : ସଡ଼କ ଦୁର୍ଘଟଣାରେ ୪ ଭାରତୀୟ ସେନାଙ୍କ ଚାଲିଗଲା ଜୀବନ । ଆଜି ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିକ୍କିମର ପାକିଙ୍ଗ ଜିଲ୍ଲାର ଜୁଲୁକକୁ ରେଶମ ମାର୍ଗ ଦେଇ ଯାଉଥିବାବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବିପଜ୍ଜନକ ରାସ୍ତାରେ ତାଙ୍କ ଗାଡିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ମୃତ ସୈନିକମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କ୍ରାଫ୍ଟ ମ୍ୟାନ ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି ବୋଲି ଜଣାପଡିଛି। ଭାରତୀୟ ସେନା ଅଧିକାରୀଙ୍କ ଅନୁଯାୟୀ ସମସ୍ତ ଚାରିଜଣ କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁରୀରେ ଅବସ୍ଥିତ ଏକ ୟୁନିଟର କାର୍ଯ୍ୟ କରୁଥିଲେ। ତେବେ ଏହି ଦୁର୍ଘଟଣାର ପରିସ୍ଥିତିକୁ ନେଇ ସେନା ଅନୁସନ୍ଧାନ କରୁଛି। ସିଲ୍କ୍ ରୁଟ୍ ଏହାର ଚ୍ୟାଲେଞ୍ଜିଂ ଅଞ୍ଚଳ ପାଇଁ ଜଣାଶୁଣା, ଏବଂ ଏହି ଅଞ୍ଚଳରେ ଦୁର୍ଘଟଣା କ୍ୱଚିତ ନୁହେଁ । ତେବେ ୪ ଜଣ ଭାରତୀୟ ସେନାଙ୍କ ବିୟୋଗ ଯୋଗୁ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking