25.1 C
Bhubaneswar
Tuesday, February 24, 2026
Homeଓଡିଶା୩ଟି ବନ୍ଦରକୁ ୪ନଂ ବିପଦ ସଂକେତ

୩ଟି ବନ୍ଦରକୁ ୪ନଂ ବିପଦ ସଂକେତ

ଭୁବେନେଶ୍ୱର: ବାତ୍ୟା ‘ ଦାନା ‘ ପାଇଁ ବନ୍ଦରରେ ୪ ନଂ ବିପଦ ସଂକେତ । ପାରାଦୀପ , ଧାମରା , ପୁରୀ ବନ୍ଦରକୁ ୪ ନଂ ବିପଦ ସଂକେତ । ପାଣି ପାଗ ବିଭାଗ ଉମାଶଙ୍କର ଦାସଙ୍କ ସୂଚନା । ଏହା ଘନୀଭୂତ ହୋଇ ଅକ୍ଟୋବର ୨୩ ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିଝଡ଼ ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ପଶ୍ଚିମ ଉତର ପଶ୍ଚିମ ଦିଗ ଆଡ଼କୁ ଗତି କରିବା ସହ ପରବର୍ତୀ ସମୟରେ ଉତର ପଶ୍ଚିମ ଦିଗ ମୁହାଁ ହୋଇ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ସେ କହିଛନ୍ତି। ଅକ୍ଟୋବର ୨୪ ଅପରାହ୍ନରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୧୨୦ କିମି ରହିବ। ତେବେ ଓଡ଼ିଶା ଉପକୂଳ ଦେଇ ଗତି କରିବା ସମୟରେ ଏହାର ବେଗ ହ୍ରାସ ପାଇ ଘଂଟା ପ୍ରତି ୮୫ ରୁ ୧୧୦ କିମି ମଧ୍ୟରେ ରହିବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking