21.1 C
Bhubaneswar
Sunday, January 26, 2025
Homeଦେଶ ବିଦେଶବିଦେଶରୁ କନ୍ୟା ଖୋଜୁଛନ୍ତି ୪ କୋଟି ଅବିବାହିତ

ବିଦେଶରୁ କନ୍ୟା ଖୋଜୁଛନ୍ତି ୪ କୋଟି ଅବିବାହିତ

ନୂଆଦିଲ୍ଲୀ : ଚୀନ୍‌ ଏବେ ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହେଉଛି । ଦେଶରେ ହାରାହାରି ୩.୫ କୋଟି ଅବିବାହିତ ପୁରୁଷ ସାଥୀ ଖୋଜିବାରେ ବିଫଳ । ଏହି ସମସ୍ୟା ମୁଖ୍ୟତଃ ଏକ ସନ୍ତାନ ନୀତିର ପରିଣାମ ବୋଲି କୁହାଯାଉଛି, ଯେଉଁଥିପାଇଁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ହୋଇଛି । ୨୦୨୦-ଜାତୀୟ ଜନଗଣନା ରିପୋର୍ଟ ଅନୁସାରେ, ଚୀନ୍‌ରେ ମହିଳାଙ୍କ ତୁଳନାରେ ୩.୪୯ କୋଟି ଅଧିକ ପୁରୁଷ ଥିଲେ । ଗ୍ରାମାଞ୍ଚଳରେ ଏହି ଟ୍ରେଣ୍ଡ୍‌ ଅଧିକ ଦେଖିବାକୁ ମିଳୁଛି । ଏଥିଯୋଗୁ ପାରମ୍ପରିକ ରୀତିନୀତି ଜରିଆରେ ମହିଳା ସାଥୀ ଖୋଜିବା ପୁରୁଷଙ୍କ ପାଇଁ କଷ୍ଟକର ପ୍ରମାଣିତ ହେଉଛି ।

ଇନ୍‌ଷ୍ଟିଚ୍ୟୁଟ୍‌ ଫର ଚାଇନା ରୁରାଲ୍‌ ଷ୍ଟଡିଜ୍‌ର ରିପୋର୍ଟରେ ଏହି ସଙ୍କଟର ଅନେକ କାରଣ ଉପରେ ଆଲୋକପାତ କରାଯାଇଛି । ପ୍ରଥମ କାରଣ ହେଉଛି ଉଚ୍ଚ କନ୍ୟା ମୂଲ୍ୟ । କନ୍ୟା ମୂଲ୍ୟ ୫୯ ଲକ୍ଷରୁ ୭୦ ଲକ୍ଷ ହୋଇଥିବାରୁ ବାର୍ଷିକ ୨ ଲକ୍ଷ ଆୟ କରୁଥିବା ଗ୍ରାମାଞ୍ଚଳ ପୁରୁଷଙ୍କ ପାଇଁ ବଧୂ ମିଳିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ସାମାଜିକ ଧାରାରେ ପରିବର୍ତ୍ତନ ଅନ୍ୟତମ କାରଣ । ଅତୀତରେ ଯେମିତି ବିବାହ ହେଉଥିଲା, ତାହା ବର୍ତ୍ତମାନ ବିବାହରେ ଦେଖାଯାଉ ନାହିଁ । ବର୍ତ୍ତମାନ ପୁରୁଷଙ୍କ ପାଖରେ ପତ୍ନୀ ଖୋଜିବାର କମ୍‌ ସୁଯୋଗ ରହୁଛି। ସିଆମେନ୍‌ ବିଶ୍ୱବିଦ୍ୟାଳୟର ଡିଙ୍ଗ୍‌ ଚାଙ୍ଗ୍‌ଫା କହଛନ୍ତି, ଅନ୍ତର୍ଜାତୀୟ ବିବାହକୁ ପ୍ରୋତ୍ସାହନ ଦେବା ଦ୍ୱାରା ଏହାର ସମାଧାନ ହୋଇପାରେ । ରୁଷ୍‌, ଭିଏତନାମ ଓ କାମ୍ବୋଡ଼ିଆର ଯୋଗ୍ୟ ମହିଳାଙ୍କୁ ବିବାହ ଲାଗି ଆକୃଷ୍ଟ କରାଯିବା ଉଚିତ୍‌ । କାରଣ ଘର ଓ ଆର୍ଥିକ ସ୍ଥିତି ମାମଲାରେ ସ୍ଥାନୀୟ ମହିଳାଙ୍କ ତୁଳନାରେ ସେମାନଙ୍କ ମାନ କମ୍‌ । ଅବିବାହିତ ପୁରୁଷଙ୍କ ବିବାହ ସମସ୍ୟାର ସାମାଧାନ ସହିତ ଏହା ବିଦେଶରୁ ବହୁ ସଂଖ୍ୟାରେ ଯୋଗ୍ୟ ଯୁବ ମହିଳାଙ୍କୁ ଦେଶକୁ ଆକୃଷ୍ଟ କରିପାରିବ ବୋଲି ଡିଙ୍ଗ୍‌ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking