30.1 C
Bhubaneswar
Thursday, May 29, 2025
Homeଦେଶ ବିଦେଶତିରୁପତି ଲଡ଼ୁ ମାମଲାରେ 4 ଗିରଫ

ତିରୁପତି ଲଡ଼ୁ ମାମଲାରେ 4 ଗିରଫ

ତିରୁପତି: ତିରୁପତି ମନ୍ଦିରରେ ପ୍ରସାଦ ଲଡୁରେ ହେଉଛି ଅପମିଶ୍ରଣ । ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ । ଏଭଳି ଅଭିଯୋଗ ଆସିବା ପରେ ମାମଲା ଏବେ ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ଅପମିଶ୍ରଣ କରାଯାଇଥିବା ଅଭିଯୋଗ ନେଇ ପୂର୍ବତନ ସିଏମ ଜଗନମୋହନ ରେଡ୍ଡୀ, ପ୍ରସାଦ କଣ୍ଟ୍ରାଟ ନେଇଥିବା ସଂସ୍ଥା ବିରୋଧରେ ପିଟିସନ ଦାଖଲ କରିଥିଲେ ଆଇନଜୀବୀ । ସେପଟେ ପ୍ରସାଦର ସ୍ବଚ୍ଛତା ନେଇ ରିପୋର୍ଟ ତଲବ କରିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହି ଘଟଣା ତଦନ୍ତ ଭାର ହାତକୁ ନେଇଥିଲା ସିବିଆଇ ।  ଏହି ଘଟଣାରେ ଆଜି ଘିଅ ସପ୍ଲାଏ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking