22.1 C
Bhubaneswar
Thursday, December 25, 2025
Homeଓଡିଶାଅଳଙ୍କାର ଛିନ୍‌ତାଇ ମାମଲାରେ ୪ ଗିରଫ

ଅଳଙ୍କାର ଛିନ୍‌ତାଇ ମାମଲାରେ ୪ ଗିରଫ

କଟକ: ଏକ ଛିନ୍‌ତାଇ ମାମଲାର ତଦନ୍ତ କରି ଲାଲବାଗ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗଣେଶ ଘାଟର ଉଦୟ ସାମଲ(୪୦) ଓରଫ ଉଦିଅ।, ବିଡ଼ାନାସୀ ନୂଅ।ସାହିର ଅସିତ କୁମାର ନାୟକ(୩୦) ଓରଫ ଦୀପୁ, ବକ୍ସିବଜାର ବାସୁଳିସାହିର ବାସୁଦେବ ମହାରଣା(୩୭) ଓରଫ ବାସୁ ଓ ଲକ୍ଷ୍ମୀଧର ମହାରଣା(୩୯) ଓରଫ ନଖି। ସେମାନଙ୍କ ନିକଟରୁ ଗୋଟିଏ ଲୁହା ରଡ୍‌, ସୁନା ଅଳଙ୍କାର, ସୁନା ଗୋଲି, ବଜାଜ ପଲସର ବାଇକ, ୨ଟି ମୋବାଇଲ ଫୋନ୍ ଓ ନଗଦ ୯୧୦୦ ଟଙ୍କା ଜବତ କରାଯାଇଛି। ଏନେଇ ଥାନାରେ କେସ୍ ନଂ ୧୫୯/୨୦୨୪ ରୁଜୁ ହୋଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ଉଦୟ ସାମଲ ଗତ ୨୦ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ସୁନା ଅଳଙ୍କାର ଛିନ୍‌ତାଇ କରିଥିଲେ। ଯାଜପୁର ଜିଲା କୁଅ।ଖିଅ। ଥାନା ଅନ୍ତର୍ଗତ ନରସିଂହପୁରର ଦୀପ ନାରାୟଣ ମାଝି(୫୫)ଙ୍କଠାରୁ ଅଭିଯୁକ୍ତ ଉଦୟ ପ୍ରାୟ ୬୦ ଗ୍ରାମର ସୁନା ଅଳଙ୍କାର ଛିନ୍‌ତାଇ କରିଥିଲେ। ଉଦୟ ଏକ ଲୁହା ରଡ଼ ସାହାଯ୍ୟରେ ଦୀପ ନାରାୟଣଙ୍କୁ ଭୟଭୀତ କରାଇ ଗାଳି ଦେଇ ଛିନ୍‌ତାଇ କରିଥିଲେ। ଏହାପରେ ସେ ତାଙ୍କ ସହଯୋଗୀ ଦୀପୁ ସହ ବଜାଜ ପଲସର ବାଇକ୍‌ରେ ବସି ବିଡ଼ାନାସୀ ଅ।ଡ଼େ ପଳାଇଥିଲେ। ପରେ ସେ ବାସୁଳିସାହିର ଲକ୍ଷ୍ମୀଧର ମହାରଣାଙ୍କୁ କେତେକ କଟାଯାଇଥିବା ସୁନା ଓ ବାସୁଦେବ ମହାରଣାଙ୍କୁ କେତେକ ସୁନା ଗୋଲି ବିକ୍ରି କରିଥିଲେ। ଅପରପକ୍ଷରେ ଉଦୟ ସୁନା ଅଳଙ୍କାରଗୁଡ଼ିକୁ ଝାଞ୍ଜିରିମଙ୍ଗଳା ଲୁଣିଅ।ସାହିରେ ଥିବା ତାଙ୍କ ଭଉଣୀଙ୍କ ଘର ଅ।ଗରେ ଥିବା ଇଟାଗଦା ଭିତରେ ଲୁଚାଇ ରଖିଥିଲେ। ଏଗୁଡ଼ିକୁ ପୋଲିସ ଜବତ କରିଛି। ଏହି ଘଟଣାରେ ସାମିଲ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଛିନ୍‌ତାଇରେ ଯାଇଥିବା ସମସ୍ତ ଅଳଙ୍କାର ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking