16.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଅପହୃତା ମହିଳାଙ୍କୁ ବିକ୍ରୀ କରିବା ମାମଲାରେ ଜଣେ ମହିଳାଙ୍କ ସମେତ ୪ ଗିରଫ

ଅପହୃତା ମହିଳାଙ୍କୁ ବିକ୍ରୀ କରିବା ମାମଲାରେ ଜଣେ ମହିଳାଙ୍କ ସମେତ ୪ ଗିରଫ

ସମ୍ବଲପୁର :  ସହରର ଅଇଁଠାପାଲି ଥାନା ଇଲାକାର ବସଷ୍ଟାଂଡ଼ ଠାରୁ ଗତମାସ ୧୯ ତାରିଖ ରାତି ଅପହୃତା ମହିଳାଙ୍କୁ ରାଜସ୍ତାନର ଚିତୋରଗଡ଼ ଜିଲ୍ଲା ଅନ୍ତର୍ଗତ ରାବତଭାଟା ଥାନାର ଝାଲାର ବାଓଡ଼ି ଗ୍ରାମରେ ବିକ୍ରୀ କରିଦିଆଯାଇଥିଲା । ପୋଲିସ ଏହି ମାମଲାରେ ଅପହୃତା ମହିଳା ଙ୍କୁ ପଇସା ଦେଇ କିଣିଥିବା ପପ୍ପୁଲାଲ ଚୈାଧୁରୀ ଏବଂ ଅପହରଣରେ ସାମିଲ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ର ଦିଲ୍ଲୀପ ନାଏକ (୪୯), ବୈାଦ୍ଦ ଜିଲ୍ଲା ପୁରୁଣାକଟକ ଥାନାର ଦୟାଲ ଦିଗାଲ(୩୬) ଏବଂ ବୈାଦ୍ଦର ଅନ୍ୟ ଜଣେ ମହିଳା ଅଛନ୍ତି । ଏହି ତିନି ଜଣ ରାଜସ୍ତାନର କୋଟା ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
ସୂଚନା ଅନୁଯାୟୀ,  ଗତ ୫ ତାରିଖ ରେ ବୌଦ୍ଧ ଜିଲ୍ଲା ପୂରୁଣାକଟକ ଇଲାକାର ଏସ କୁଂଭାର ନାମକ ଜଣେ ବ୍ୟକ୍ତି ଅଇଁଠାପାଲି ଥାନାକୁ ଆସି ଏକ ଏତାଲା ଦାୟର କରିଥିଲେ । ଗତ ଡ଼ିସେମ୍ବର ମାସ ୧୯ ତାରିଖ ରାତି ୧୧ଟା ସମୟରେ ଅଇଁ ଠାପାଲି ବସଷ୍ଟାଂଡ଼ ଠାରୁ ତାଙ୍କ ପତ୍ନୀଙ୍କୁ ଏକ କାର ଯୋଗେ ଜଣେ ମହିଳା ଏବଂ ଅନ୍ୟ କିଛି ଲୋକ ଅପହରଣ କରିନେଇଛନ୍ତି ବୋଲି ସେ ଏତଲାରେ ଉଲ୍ଲେଖ କରିଥିଲେ । ପୋଲିସ ପକ୍ଷରୁ ଏବାବଦରେ ସଘନ ତଦନ୍ତ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଉକ୍ତ ମହିଳାଙ୍କୁ ଅନ୍ୟତ୍ର ଚାଲାଣ କରିଥିବା ଜଣାପଡ଼ିଥିଲା । ଏପରିକି ଅପରାଧୀ ମାନେ ଅପହୃତା ମହିଳାଙ୍କୁ ଦେଢ ଲକ୍ଷ ଟଙ୍କାରେ ପପ୍ପୁଲାଲଙ୍କୁ ହସ୍ତାନ୍ତର କରିଥିଲେ । ସମ୍ପୃକ୍ତ ଅପହୃତା ମହିଳା ବୈାଦ୍ଦରୁ ଏକ ବସ ଯୋଗେ ବୁର୍ଲା ଥାନାର ଗୋଶାଳା ଠାରେ ଥିବା ତାଙ୍କ ବାପାଙ୍କ ଘରକୁ ଯାଉଥିଲେ । ଅଈଁଠାପାଲି ବସଷ୍ଟାଂଡ଼ରେ ମହିଳା ଜଣକ ବସ ବଦଲାଇ ଅନ୍ୟ ଏକ ବସରେ ଯିିବା ପାଇଁ ଅପେକ୍ଷା କରିଥିବା ବେଳେ ଅପହୃତ ହୋଇଥିଲେ । ଏହାଙ୍କୁ ଟଙ୍କା ବଦଳରେ କିଣିଥିବା ପପ୍ପୁଲାଲ ଏକ ବନ୍ଦ କୋଠରୀରେ ବନ୍ଧକ କରି ରଖିଥିଲା । ଘଟଣାର ପନ୍ଦର ଦିନ ପରେ ଅପହୃତା ମହିଳା କୌଣସି ପ୍ରକାରେ ବୌଦ୍ଧରେ ରହୁଥିବା ନିଜ ସ୍ୱାମୀଙ୍କ ଫୋନ ଯୋଗେ ତାଙ୍କ ସ୍ତିତି ବାବଦରେ ସୂଚାଇଥିଲେ । ସେ ଚିତୋରଗଡ଼ ଠିକଣା ଦେବା ସହିତ ପପ୍ପୁଲାଲ ସହିତ ବିବାହ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ମଧ୍ୟ ସେ ଫୋନ ଯୋଗେ ସ୍ୱାମୀଙ୍କୁ ଜଣାଇଥିଲେ । ଥାନାର ଅଭିଯୁକ୍ତମାନଙ୍କ ବିରୁଦ୍ଦରେ ଅପରାଧ ମାମଲା ରୁଜୁ କରାଯାଇଛି ।  ଗିରଫ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ଅଦାଲତକୁ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ ।  ଥାନା ଅଧିକାରୀ ଯୋଗେଶ ପଣ୍ଡାଙ୍କ ତତ୍ୱାବଧାନରେ ଅଭିଯୋଗ ତଦନ୍ତ ଚାଲିଥିଲା । ମହିଳା ଏସଆଇ ଜ୍ୟୋତିର୍ମୟୀ ସେଠି ପ୍ରମୂଖଙ୍କୁ ନେଇ ଗଠିତ ଏକ ଟିମ ଚିତୋରଗଡ଼ ଯାଇ ମହିଳାଙ୍କୁ ଉଦ୍ଦାର କରିଥିଲେ । ଉଦ୍ଦାର କରାଯାଇଥିବା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ ହେପାଜତ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking