ଭୁବନେଶ୍ୱର: ଅକ୍ଟୋବର ଶେଷ ସୁଦ୍ଧା ବଜେଟ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି ରହିଛି। ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଯାହାକି ମୋଟ ବଜେଟର ୩୯ ପ୍ରତିଶତ ବୋଲି କହିଛନ୍ତି ମନ୍ତ୍ରୀ। ଆହୁରି ୪ ମାସ ଅଛି ମାର୍ଚ୍ଚ ସୁଦ୍ଧା ବଜେଟ ଶତ ପ୍ରତିଶତ ଖର୍ଚ୍ଚ କରାଯିବ। ଯେଉଁ ବିଭାଗରେ ଖର୍ଚ୍ଚ କମ ହୋଇଛି ସେସବୁ ବିଭାଗର ସମୀକ୍ଷା କରାଯିବ। ଗତ ବର୍ଷ ଅକ୍ଟୋବର ସୁଦ୍ଧା ୩୬% ଖର୍ଚ୍ଚ ହୋଇଥିଲା। ଏଥର କିନ୍ତୁ ୩୯% ହୋଇଛି। ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହରେ ଅର୍ଥ , ଗୃହ , ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଆଲୋଚନା କରାଯାଉଛି । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।










