23.1 C
Bhubaneswar
Monday, February 23, 2026
Homeଓଡିଶାଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ୩୭ତମ ପରିଚାଳନା ବୈଠକ

ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ୩୭ତମ ପରିଚାଳନା ବୈଠକ

ଭୁବନେଶ୍ୱର: ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ୩୭ତମ ପରିଚାଳନା ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବନାଞ୍ଚଳ ଉନ୍ନୟନ ସମିତିର ସମସ୍ତ କାର୍ଯ୍ୟାଧାରା ଉପରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ପୂର୍ବ ସମସ୍ତ ବୈଠକର ନିଷ୍ପତ୍ତି ଗୁଡିକୁ ସମୀକ୍ଷା ପୂର୍ବକ ଏହାର ପ୍ରଗତି ଓ ଅନୁପାଳନ ନିଶ୍ଚିତ କରାଯାଇଥିଲା। ସ୍ଥାୟୀ ଜଙ୍ଗଲ ପରିଚାଳନାରେ ଶତପ୍ରତିଶତ ସଫଳତା ହାସଲ କରିବା ସହିତ ବୃକ୍ଷରୋପଣ, ମୃତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ, ଜଙ୍ଗଲ ନିଆଁ ପ୍ରରିରୋଧକ ବ୍ୟବସ୍ତା ଏବଂ ଜଙ୍ଗଲ ସୀମାରେ ଥିବା ନୂତନ ପିଲାର ନିର୍ମାଣ ଓ ପୁରାତନ ପିଲାର ରକ୍ଷଣା ବେକ୍ଷଣ ସହିତ 12 ଟି ବନଖଣ୍ଡରେ ସମସ୍ତ ଯୋଜନାବଦ୍ଧ କାର୍ଯ୍ୟ ସମାପ୍ତ ହୋଇଛି । କୃଷି ବନୀକରଣ ଯୋଜନା ଏବଂ ସମ୍ପ୍ରଦାୟର ଅଂଶଗ୍ରହଣ ମାଧ୍ୟମରେ  ୮,୮୮୫ ହେକ୍ଟର ଭୂମିରେ ୮୮.୫% ଲକ୍ଷ୍ୟପୂରଣ ହୋଇଛି। ଏହା ମାଧ୍ୟମରେ ୧୯,୩୫୬ ଘରୋଇ ପରିବାର ସିଧାସଳଖ ଲାଭାନ୍ବିତ ହୋଇଛନ୍ତି। ସମୁଦାୟ ଅଂଶଗ୍ରହଣ ଦ୍ୱାରା ଏହି କାର୍ଯ୍ୟ ସଫଳ ହୋଇଛି।

ଜୀବିକା ଉନ୍ନୟନ କ୍ଷେତ୍ରରେ ଧର୍ଯ୍ୟ ଲକ୍ଷ ଠାରୁ ଅଧିକ ୪,୪୦୬ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଛି । ଆୟ ଏବଂ ବଜାର ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଭାଗରେ ପାଞ୍ଚଟି ବହୁମୁଖୀ ଉତ୍ପାଦ କ୍ଲଷ୍ଟର କାର୍ଯ୍ୟ କରୁଛି ।  ଦକ୍ଷତା ବିକାଶ କ୍ଷେତ୍ରରେ ଜଙ୍ଗଲ ପରିଚାଳନା ଏବଂ ଜୀବିକା ଉପରେ ୩୪ ଟି ବିଷୟଗତ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇ ୨.୦୮ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ପାଇଁ ୫,୦୯୩ ପ୍ରଶିକ୍ଷଣ ଆୟୋଜନ କରା ଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଭ୍ୟନ୍ତରୀଣ ଅଡିଟ୍ କୌଣସି ପ୍ରତିକୂଳ ମନ୍ତବ୍ୟ ବିନା ଅନୁମୋଦିତ ହୋଇଛି । ଓଏଫଏସଡିପିର ତୃତୀୟ ପର୍ଯ୍ୟାୟ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଜାଇକା ସହାୟତାରେ ଓଏଫଏସଡିପି-III ଦୀର୍ଘସ୍ଥାୟୀ ଜଙ୍ଗଲ ପରିଚାଳନା, ଜୈବ ବିବିଧତା ସଂରକ୍ଷଣ, ଡିଜିଟାଲ ରୂପାନ୍ତରଣ ଏବଂ କାର୍ବନ ଷ୍ଟକ୍ କାରବାର ଉପରେ ଗୁରୁତ୍ୱ ଦେଉଛି । ଏହି ପ୍ରସ୍ତାବକୁ ତୁରନ୍ତ ଅର୍ଥ ବିଭାଗର ଅନୁମୋଦନ ନିମନ୍ତେ ପଠାଯିବ। ଆମ ଶିମିଳିପାଳ ଯୋଜନା ପାଇଁ ୩୦୦ କୋଟି ଏବଂ ଆମ ବନ ଓ ଜିବିକା ପ୍ରକଳ୍ପ ୯୫୫ କୋଟି ଟଙ୍କାର ପ୍ରସ୍ତାବ ପାରିତ ହୋଇଛି ଯାହା  ମଞ୍ଜୁରୀ ନିମନ୍ତେ ଅର୍ଥ ବିଭାଗକୁ ପଠାଯିବ। ଜୀବିକା ସମ୍ବଳ କେନ୍ଦ୍ର ପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ପ୍ରକଳ୍ପ ଅବଧି ପରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଏକ ସେକ୍ସନ ୮ ଅଣ-ଲାଭକାରୀ କମ୍ପାନୀକୁ ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । କାର୍ବନ କ୍ରେଡିଟ୍ ଇନିସିଏଟିଭ୍ ରେ ୧,୨୭୧ କୃଷକଙ୍କ ଅଂଶଗ୍ରହଣ ସହ ୧,୪୯୫.୬୭ ହେକ୍ଟର ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରକଳ୍ପ  ଆନୁଷ୍ଠାନିକ ଭାବରେ VERRA (VCS ID-5031) ଅଧୀନରେ ପଞ୍ଜୀକୃତ ହୋଇଛି; କାର୍ବନ ଫାଇନାନ୍ସ ଲାଭ ପାଇଁ ବୈଧତା ସମ୍ପୂର୍ଣ୍ଣ ହୋଇଛି ।

ନୂତନ ପ୍ରସ୍ତାବ ଭାବେ ଓଡିଶା ଔଷଧୀୟ ଉଦ୍ଭିଦ ବୋର୍ଡ ଦ୍ୱାରା “ଓଡିଶା ହର୍ବ ” ଅଭିଯାନ ଯାହା ଦ୍ୱାରା ୧୨,୫୦୦ କୃଷକ ଓ ୧୦,୦୦୦ NTFP ସଂଗ୍ରାହକ ଲାଭାନ୍ବିତ ହେବେ। ରିଜିଅନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର (RPRC) ଦ୍ୱାରା ଓଡିଶାର ପ୍ରଥମ “ମାଙ୍ଗ୍ରୋଭ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଯାହା  3 ବର୍ଷ ପାଇଁ 25.08 କୋଟି ବ୍ୟୟରେ  ସ୍ଥାପନ ହେବା ପାଇଁ ପ୍ରସ୍ତାବ ରହିଛି, ଯାହା ଉପକୂଳ ସୁରକ୍ଷା ଓ ବ୍ଲୁ କାର୍ବନ ଉନ୍ନୟନରେ ସାହାଯ୍ୟ କରିବ। ଏହି ବୈଠକରେ ସଦସ୍ୟ ଭାବେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଶ୍ରୀ ସୁରେଶ ପନ୍ତ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (WL) ଏବଂ ୱାଇଲ୍ଡାଇଫ୍ ୱାର୍ଡେନ୍ ଶ୍ରୀ ପ୍ରେମ କୁମାର ଝା,ମିଶନ ଶକ୍ତି ବିଭାଗ,ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ,ମୋନିକା ପ୍ରିୟଦର୍ଶିନୀ ,ସଦସ୍ୟ ସଚିବ ଭାବେ ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ (ନୋଡାଲ୍‌) ଡା. କେ. ମୁରୁଗେସନ୍‌, ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ ଔଷଧୀୟ ଉଦ୍ଭିଦ ବୋର୍ଡର ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଭି.କାର୍ତ୍ତିକ, ଆରପିଆରସି ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଧାଂଶୁ କୁମାର ଖୋରା, ଓଏଫଏସଡିଏସ ର ଯୁଗ୍ମ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସ୍ୱୟଂ ମଲ୍ଲିକ ଅତିରିକ୍ତ ଶାସନସଚିବ  ଶ୍ରୀ ଦେବେନ କୁମାର ପ୍ରଧାନ, OFSDS ର ଉପ ପ୍ରୋଜେକ୍ଟ ଡାଇରେକ୍ଟର ଯୋଶୋବନ୍ତ ବେରିହାଙ୍କ ସମେତ OFSDP ର ବିଭିନ୍ନ ଦକ୍ଷତା ଓ ଅନୁଷ୍ଠାନ ବିକାଶ ପରିଚାଳକ, ବିଶେଷଜ୍ଞ, ଏବଂ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସମସ୍ତେ ଓଡିଶାର ବନ ସଂରକ୍ଷଣ ଓ ଜୀବିକା ଉନ୍ନୟନରେ ଅଧିକ ଯୋଗଦାନ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking