28.1 C
Bhubaneswar
Friday, April 3, 2026
Homeଓଡିଶାଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପରିଚାଳନା ପରିଷଦର ୩୬ତମ ବୈଠକ

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପରିଚାଳନା ପରିଷଦର ୩୬ତମ ବୈଠକ

ଭୁବନେଶ୍ୱର:  ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର( ଏନସିଡିଏସ୍,ଓଡ଼ିଶା) ର ୩୬ତମ ପରିଚାଳନା ପରିଷଦ ( ବୋର୍ଡ ଅଫ୍ ଗଭର୍ଣ୍ଣର୍ସ) ବୈଠକ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ବୋର୍ଡର ଅଧ୍ୟକ୍ଷ ତଥା ଉନ୍ନୟନ ଆୟୁକ୍ତ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଏନସିଡିଏସ୍‌ର ପ୍ରତିଷ୍ଠାନଗତ ଦୃଷ୍ଟିକୋଣକୁ ଶକ୍ତିଶାଳୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଓଡ଼ିଶାର ବିକାଶମୂଖୀ ପ୍ରାଥମିକତା କୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଏକ ଦୂରଦୃଷ୍ଟିମୂଳକ ସହମତି ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଏନସିଡିଏସ୍ ପରିଚାଳନା ପରିଷଦର ସଦସ୍ୟ ସଦସ୍ୟାଥିବା ବିଭନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନ, ନୀତି ନିର୍ଦ୍ଧାରଣ କରୁଥିବା ସଂସ୍ଥାଗୁଡ଼ିକରୁ ବରିଷ୍ଠ ଏବଂ ଅଭିଜ୍ଞ ଶିକ୍ଷାବିତ୍ ସରକାରୀ ପଦାଧିକାରୀ ଓ ନୀତି ନିର୍ଦ୍ଧାରକମାନେ ଯୋଗଦେଇଥିଲେ । ଉପସ୍ଥିତ ଥିବା ସଦସ୍ୟ ସଦସ୍ୟାମାନଙ୍କ ମଧ୍ୟରେ ଏନସିଡିଏସ୍ ର ନିର୍ଦ୍ଦେଶକ ତଥା ପରିଷଦର ଆବାହକ ଏବଂ ସଚିବ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି, ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ; ପ୍ରଫେସର ବିଧୁ ଭୂଷଣ ମିଶ୍ର, କୁଳପତି, ସମ୍ବଲପୁର ବିଶ୍ୱବିଦ୍ୟାଳୟ; ପ୍ରଫେସର ଉଦୟ ଶଙ୍କର ମିଶ୍ର, ଇଣ୍ଟରନ୍ୟାସନାଲ ଇନଷ୍ଟିଟ୍ୟୁଟ ଫର ପପୁଲେସନ ସାଇନ୍ସେସ୍, ମୁମ୍ବାଇ; ପ୍ରଫେସର ନବନୀତା ରଥ, ପୂର୍ବତନ ପ୍ରଫେସର, ଉତ୍କଳ ବିଶ୍ୱବିଦ୍ୟାଳୟ; ପ୍ରଫେସର ସଂଘମିତ୍ରା ଶୀଳ ଆଚାର୍ଯ୍ୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ; ପ୍ରଫେସର ଉମାକାନ୍ତ ଦାଶ, କୁଳପତି, ଗୋଖଲେ ଇନଷ୍ଟିଟ୍ୟୁଟ ଅଫ ପଲିଟିକ୍ସ ଆଣ୍ଡ ଇକନୋମିକ୍ସ, ପୁଣେ; ଡଃ.ନିତିନ କୁମାର, ଆଇସିଏସଏସଆର, ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର; ଶ୍ରୀ ସମ୍ବିତ ତ୍ରିପାଠୀ, ସିଏମଡି, ଲାଇଭଲିହୁଡ୍ ଆଲ୍ଟର୍ନେଟିଭ୍, ଭୁବନେଶ୍ୱର ଏବଂ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର , ଅର୍ଥ ବିଭାଗର ପ୍ରତିନିଧି ସହିତ ଏନସିଡିଏସ୍‌ର ସମ୍ମାନନୀୟ ଅଧ୍ୟାପକମାନେ ଯୋଗଦେଇଥିଲେ । ଅନୁଷ୍ଠିତ ବୋର୍ଡ ବୈଠକରେ ଏନସିଡିଏସ୍ ର ପ୍ରତିଷ୍ଠାନଗତ ଢାଞ୍ଚାକୁ ସୁଦୃଢ କରିବା, ଗବେଷଣାର ଗୁଣମାନ ଓ ପ୍ରଭାବକୁ ବୃଦ୍ଧି କରିବା ସହିତ ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରମୁଖ ସଂସ୍ଥାମାନଙ୍କ ସହ ଏହାର ମିଳିତ ସହଯୋଗକୁ ବ୍ୟାପକ କରିବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଓଡିଶାର ବିଶେଷକରି ସମାବେଶୀ, ଲିଙ୍ଗଗତ ସମାନତା, ଜୀବିକା ବୃଦ୍ଧି ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ବିକାଶମୂଖୀ ପ୍ରାଥମିକତାକୁ ସମନ୍ୱିତ କରି ଆନ୍ତଃ ବିଭାଗୀୟ ଏବଂ ନୀତି ଆଧାରିତ ଗବେଷଣାକୁ ପ୍ରୋତ୍ସାହନ ଦେବାକୁ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

ପରିଚାଳନା ପରିଷଦ ବୈଠକରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ଏବଂ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପଗୁଡ଼ିକ ପ୍ରଶଂସନୀୟ ବୋଲି ପ୍ରକାଶ କରାଯାଇଥିଲା । ଉଚ୍ଚ ଶିକ୍ଷା, ଗବେଷଣା ଏବଂ ନବୋନ୍ମେଷ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରନ୍ତର ବିନିଯୋଗ, ଓଡ଼ିଶାକୁ ଏକ ଉଦୀୟମାନ ଶିକ୍ଷାଗତ ଉତ୍କର୍ଷତା ଏବଂ ଜ୍ଞାନ ଆଧାରିତ ବିକାଶ କେନ୍ଦ୍ର ଭାବେ ସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସ୍ୱୀକାର କରାଯାଇଥିଲା । ବୈଠକରେ ଉଦବୋଧନ ଦେଇ ଉନ୍ନୟନ କମିଶନର ତଥା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସିଂ ଏନସିଡିଏସରେ ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ସମସ୍ତ ସଦସ୍ୟ ସଦସ୍ୟାଙ୍କ ଅବଦାନକୁ ପ୍ରଶଂସା କରିଥିଲେ ଏବଂ ସଂପ୍ରତି ସାମାଜିକ-ଆର୍ଥିକ ଆହ୍ୱାନଗୁଡ଼ିକୁ ସଫଳତାର ସହ ମୁକାବିଲା କରିବା ପାଇଁ ଶିକ୍ଷାଜଗତ, ସରକାର ଓ ନାଗରିକ ସମାଜ ପକ୍ଷରୁ ସୁଦୃଢ ପ୍ରୟାସର ଆବଶ୍ୟକତା ସଂପର୍କରେ ସେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏନସିଡିଏସ୍‌କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ଉନ୍ନତ ଗବେଷଣା, ନୀତି ଆଧାରିତ ଏବଂ ଦକ୍ଷତା ବିକାଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଏହାକୁ ଆହୁରି ସୁଦୃଢ କରାଯିବାର ସଂକଳ୍ପ ନେଇ ବୈଠକରେ ସାମୁହିକ ନିଷ୍ପତ୍ତି ନିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking