19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନାଇଜରର ପଶ୍ଚିମ ଅଞ୍ଚଳରେ ସେନା ଓ ଆକ୍ରମଣକାରୀ ମୁହାଁମୁହିଁ, ୩୪ ସୈନିକ ମୃତ

ନାଇଜରର ପଶ୍ଚିମ ଅଞ୍ଚଳରେ ସେନା ଓ ଆକ୍ରମଣକାରୀ ମୁହାଁମୁହିଁ, ୩୪ ସୈନିକ ମୃତ

ନୂଆଦିଲ୍ଲୀ: ନାଇଜରର ପଶ୍ଚିମ ଅଞ୍ଚଳରେ ମାଲି ଏବଂ ବୁର୍କିନା ଫାସୋ ସୀମା ନିକଟରେ ଗତକାଲି (ଗୁରୁବାର) ସକାଳେ ସଶସ୍ତ୍ର ଆକ୍ରମଣକାରୀ ମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୪ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ନାଇଜର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ମନ୍ତ୍ରାଳୟ କହିଛି ଯେ, ସକାଳ ପ୍ରାୟ ୯ ଟାରେ ବାନିବାଙ୍ଗୋ ଅଞ୍ଚଳରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ମାନେ ଆଠଟି ଗାଡ଼ି ଏବଂ ୨ ଶହରୁ ଅଧିକ ମୋଟର ସାଇକେଲ ସହିତ ଆସିଥିଲେ। ଏହି ସମୟରେ ସରକାର କହିଛନ୍ତି ଯେ, ଏହାର ପ୍ରତି ଜବାବରେ ଡଜନେ ଆକ୍ରମଣକାରୀଙ୍କୁ ହତ୍ୟା କରାଯାଇଛି। ସରକାର ସେମାନଙ୍କୁ ‘ଆତଙ୍କବାଦୀ’ ବୋଲି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ, ବାକି ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସ୍ଥଳ ଏବଂ ଆକାଶ ମାର୍ଗରେ ସନ୍ଧାନ ଅଭିଯାନ କରାଯାଉଛି।

ସୂଚନାଥାଉକି, ନାଇଜର, ମାଲି ଏବଂ ବୁର୍କିନା ଫାସୋ ଗତ ଦଶ ବର୍ଷ ଧରି ଜିହାଦୀ ଗୋଷ୍ଠୀ ବିରୁଦ୍ଧରେ ସଂଘର୍ଷ କରୁଛନ୍ତି। ଏହି ଗୋଷ୍ଠୀ ଗୁଡ଼ିକ ମଧ୍ୟରୁ କିଛି ଅଲ-କାଏଦା ଏବଂ ଇସଲାମିକ୍ ଷ୍ଟେଟ୍ ଭଳି ଆତଙ୍କବାଦୀ ସଂଗଠନ ସହିତ ଜଡିତ। ଗତ କିଛି ବର୍ଷ ମଧ୍ୟରେ, ଏହି ତିନୋଟି ଦେଶରେ ସାମରିକ ବିଦ୍ରୋହ ହୋଇଛି। ଏହା ପରେ, ଏହି ଦେଶର ସାମରିକ ସରକାର ମାନେ ଦେଶରୁ ଫରାସୀ ସେନାକୁ ବିତାଡିତ କରିଥିଲେ ଏବଂ ସୁରକ୍ଷା ସହାୟତା ପାଇଁ ରୁଷୀୟ ଭଡ଼ାଟିଆ ସୈନିକଙ୍କ ସାହାଯ୍ୟ ନେଇଥିଲେ। ମିଳିତ ଭାବରେ, ଏହି ଦେଶଗୁଡ଼ିକ ଏକ ନୂତନ ସୁରକ୍ଷା ସଂଗଠନ ‘ସାହେଲ୍ ଷ୍ଟେଟ୍ସ ମେଣ୍ଟ’ ଗଠନ ଘୋଷଣା କରିଛନ୍ତି। ତଥାପି, ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହି ସାମରିକ ସରକାର ଗୁଡ଼ିକ କ୍ଷମତାକୁ ଆସିବା ପରେ ସାହେଲ୍ ଅଞ୍ଚଳର ସୁରକ୍ଷା ପରିସ୍ଥିତି ଆହୁରି ଖରାପ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking