ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ରାଜ୍ୟରେ ଆଜି ପର୍ଯ୍ୟନ୍ତ ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ହୋଇଥିଲା। ୬ ଦିନ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ଓଡିଶା ଏବଂ ବାହାର ରାଜ୍ୟରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୩୦୬ ବାଳିକା ଓ ୨୮ ବାଳକ ଅଛନ୍ତି। ଉକ୍ତ ସ୍ପେଶାଲ ଡ୍ରାଇଭକୁ ସମସ୍ତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ୟମରେ ଓ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ତତ୍ତ୍ୱାବଧାନରେ କରାଯାଇଛି। ସମଗ୍ର ରାଜ୍ୟରେ ଭଦ୍ରକ ଜିଲା ପୋଲିସ ସର୍ବମୋଟ ୬୫ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସର୍ବୋତ୍କୃଷ୍ଟ ଜିଲାର ମାନ୍ୟତା ହାସଲ କରିଛି।