ଭୁବନେଶ୍ୱର : ଗୋକୁଳ ଯୋଜନାରେ ବ୍ୟୟ ହେବ ୩୮ କୋଟି ଟଙ୍କା । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଲୋକଙ୍କୁ ଗାଈ ଦିଆଯିବ । ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଦେବାର ବ୍ୟବସ୍ଥା ହୋଇଛି । ଅର୍ଥନୈତିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଓଡିଶାର ବିକାଶ ସହ ଗ୍ରାମାଞ୍ଚଳ ବିକାଶ ହେବ ।