ଭୁବନେଶ୍ୱର : ପଦ୍ମ ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର । ଚଳିତ ଜାନୁଆରୀ ମାସଠାରୁ ସହାୟତା ରାଶି ପ୍ରଦାନ କରାଯିବ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ସଂସ୍କୃତି ବିଭାଗ । ଏଥିରେ କୁହାଯାଇଛି ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ସମସ୍ତ ସଂସ୍କୃତି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ସମ୍ପୃକ୍ତ ଜିଲ୍ଲାରେ ଥିବା ପଦ୍ମ ପୁରସ୍କାର ବିଜେତାଙ୍କ ପାଇଁ ସବିଶେଶ ତଥ୍ୟ ତା ସହ ବ୍ୟାଙ୍କ ଖାତା , ଆଇଏଫସି କୋଡ ଇତ୍ୟାଦି ସଂସ୍କୃତି ବିଭାଗକୁ ପଠାଇବେ । ସଚ୍ଚି ମହାନ୍ତିଙ୍କୁ ମିଳିବ ସହାୟତା । ତାଙ୍କ ଉପରେ ପଡିଛି ସରକାରଙ୍କ ନଜର । ସଚ୍ଚି ମହାନ୍ତିଙ୍କ ସହ କଥା ହେଲେ ସଂସ୍କୃତି ମନ୍ତ୍ରୀ । ପ୍ରତିଶ୍ରୁତି ଦେଲେ ସଂସ୍କୃତି ମନ୍ତ୍ରୀ ସୂରଜ ସୂଯ୍ୟବଂଶୀ ।