18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଯୋଗୀଙ୍କ ସ୍ପେଶାଲ୍ ଲିଷ୍ଟରେ ୩୦ ଜଣ ମନ୍ତ୍ରୀ

ଯୋଗୀଙ୍କ ସ୍ପେଶାଲ୍ ଲିଷ୍ଟରେ ୩୦ ଜଣ ମନ୍ତ୍ରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବିଜେପି ପାର୍ଟିରେ ସବୁକିଛି ଠିକ୍ ଚାଲିନାହିଁ ବୋଲି ଚର୍ଚ୍ଚା ଚାଲିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ୧୦ଟି ବିଧାନସଭା ଆସନରେ ହେବାକୁଥିବା ଉପନିର୍ବାଚନ ପାଇଁ ୩୦ ଜଣ ମନ୍ତ୍ରୀଙ୍କ ଏକ ଟିମ୍ ଗଠନ କରିଛନ୍ତି ଯେଉଁଥିରେ ରାଜ୍ୟର ଉଭୟ ଉପମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ।ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ଏବଂ ବ୍ରଜେଶ ପାଠକଙ୍କୁ ସିଏମ୍ ଯୋଗୀଙ୍କ ଏହି ଦଳରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ସେହିଭଳି ୟୁପିର ୧୦ଟି ଆସନରେ ହେବାକୁ ଥିବା ଉପନିର୍ବାଚନର ଦାୟିତ୍ୱ ସିଏମ୍ ଯୋଗୀଙ୍କ ସ୍ପେଶାଲ୍ ୩୦କୁ ଦିଆଯାଇଛି । ତାଙ୍କ ସ୍ପେଶାଲ୍ ୩୦ ମାଧ୍ୟମରେ ୟୁପିରେ ଉପନିର୍ବାଚନରେ ​​ଜିତିବା ପାଇଁ ସିଏମ୍ ରଣନୀତି ପ୍ରସ୍ତୁତ କରିବ। ତେବେ ମଙ୍ଗଳବାର ଦିନ ବିଜେଡି ରାଜ୍ୟ ସଭାପତି ଏବଂ ବୁଧବାର ଦିନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ। ଏହି ସମୟରେ ରାଜ୍ୟରେ ସଂଗଠନ ବିଷୟରେ ସୂଚନା ଦିଆଯାଇଥିଲା। କେଶବ ପ୍ରସାଦ ମୌର୍ୟ୍ୟ ମଧ୍ୟ ଟୁଇଟ୍ କରି କହିଥି‌ଲେ ଯେ କର୍ମୀଙ୍କ ଯନ୍ତ୍ରଣା ହେଉଛି ମୋର ଯନ୍ତ୍ରଣା। ସେପଟେ ସିଏମ ଯୋଗୀ ବୁଧବାର ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଥିଲେ। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ୍ କରି ବିଜେପିରେ ଚାଲିଥିବା ଉତ୍ତେଜନାକୁ କଟାକ୍ଷ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking