କୋଣାର୍କ: ବାଇକ ସୋରୁମରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ବାଇକ । କୋଣାର୍କର ମାଧିପୁର ଛକ ନିକଟ ବ୍ୟାଟେରି ବାଇକ ସୋରୁମରେ ଅଗ୍ନିକାଣ୍ଡ ଘଟିଛି । ବ୍ୟାଟେରି ବିସ୍ଫୋରଣରୁ ସୋରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଦମକଳବାହିନୀକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୋରୁମରେ ଥିବା କର୍ମଚାରୀ ଓ ଗ୍ରାହକ ସୁରକ୍ଷିତ ଥିବା ଜଣାପଡିଛି ।










