25.1 C
Bhubaneswar
Wednesday, March 25, 2026
Homeଓଡିଶାବଜ୍ରାଘାତରେ ୩୦ ମଇଁଷି ମୃତ

ବଜ୍ରାଘାତରେ ୩୦ ମଇଁଷି ମୃତ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିନ୍ଦୂରଘାଟି ପଞ୍ଚାୟତ ଅଧୀନସ୍ଥ ସରମବାଇ ଗାଁ ନିକଟରେ ବଜ୍ରାଘାତ ହେବାରୁ ୩୦ଟି ମଇଁଷିର ମୃତ୍ୟୁ ଘଟିଛି ସୂଚନା ଅନୁଯାୟୀ, ସନ୍ଧ୍ୟାରେ ସରମବାଇ ଗାଁରେ ଘଡ଼ଘଡ଼ି ବର୍ଷା ହୋଇଥିବା ବେଳେ ଏହି ସମୟରେ ପାହାଡ଼ରେ ଚରୁ ଥିବା ମଇଁଷି ପଲ ବର୍ଷା ଯୋଗୁଁ ଏକତ୍ରିତ ହୋଇ ଏକ ଗଛ ତଳେ ରହିଯାଇଥଲେ ତେବେ ହଠାତ୍ ସେହି ସମୟରେ ହଟାତ ଘଡଘଡି ମାରିଥିବା ଯୋଗୁଁ ମଇଁଷି ମାନେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ମଇଁଷି ଗୁଡ଼ିକ ସରମବାଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କର ବୋଲି ଜଣାପଡ଼ିଥିଲା। ତେବେ ଏହା ର ଖବର ପାଇବା ପରେ ଗୋରୁ ମାଲିକ ପୂର୍ଣ୍ଣଚନ୍ଦ୍ର ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ । ତେବେ ଏହି ଘଟଣା ସମ୍ପର୍କରେ ରାଜସ୍ବ ବିଭାଗ ଅଧିକାରୀ ଏବଂ ଭିଏସ ପ୍ରମୁଖଙ୍କୁ ଅବଗତ କରାଇଥିଲା। ମୃତ ପଶୁ ଗୁଡ଼ିକର ଶବ ବ୍ୟବଚ୍ଛେଦ କରାଯିବା ପରେ କ୍ଷୟକ୍ଷତିର ଆକଳନ କରା‌ଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଗୋପାଳ ସମାଜର ଜିଲ୍ଲା ସଭାପତି ଶରତ ଚନ୍ଦ୍ର ଗୌଡ଼ ଏହା ଏକ ବଡ ଦୁଃଖଦ ଘଟଣା ବୋଲି ପ୍ରକାଶ କରିଥିଲେ ତା ସହ ତୁରନ୍ତ କିପରି ସରକାରୀ ସହାୟତା ପାଇ ପାରିବେ ଆମେ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଛନ୍ତି ଗୌଡ଼ ସମାଜର ସଭାପତି ଶ୍ରୀ ଶରତ ଚନ୍ଦ୍ର ଗୌଡ଼ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking