30.1 C
Bhubaneswar
Thursday, February 5, 2026
Homeଓଡିଶା୩ ବାଘଛାଲ ଜବତ: ୭ ଅଭିଯୁକ୍ତ ଗିରଫ

୩ ବାଘଛାଲ ଜବତ: ୭ ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଓ ଖୁଣ୍ଟା ଥାନା ଅଞ୍ଚଳରୁ ୩ଟି କଲରାପତରିଆ ବାଘଛାଲ ଜବତ କରିଛି ବନବିଭାଗ। ଏନେଇ ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼। ତେବେ ୱାଇଲ୍ଡ ଲାଇଫ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଏହି ଚଢାଉ କରି ସଫଳତା ପାଇଛି ବନବିଭାଗ । ସେହିପରି ବାଘ ଶିକାର କରି ଶିକାରୀମାନେ ବାଘଛାଲ ସଂଗ୍ରହ କରି ସନ୍ତର୍ପଣରେ ବିକ୍ରି ପାଇଁ ଯୋଜନା କରିଥିଲେ। ମାତ୍ର ଶିକାରୀଙ୍କ ଯୋଜନାକୁ ପଣ୍ଡ କରିଦେଇଥିଲା ବନବିଭାଗ । ବେପାରୀ ସାଜି ବାଘଛାଲ କିଣିବା ପାଇଁ ଯୋଗାଯୋଗ କରି ଅଭିଯୁକ୍ତଙ୍କ ସହ ଡ଼ିଲ ଚାଲିଥିବା ବେଳେ ପୂର୍ବ ଯୋଜନା ମୁତାବକ ମାଡ଼ି ବସିଥିଲେ ଛକି ରହିଥିବା ବନବିଭାଗ କର୍ମଚାରୀମାନେ। ବାଘଛାଲ କାରବାରରେ ସଂପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଶିକ୍ଷକ ଥିବା ସୂଚନାରୁ ଜଣାପଡିଛି। ତେବେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ବନବିଭାଗ ପକ୍ଷରୁ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଏହି ଘଟଣାରେ ଅଧିକ ଲୋକଙ୍କ ସଂପୃକ୍ତି ରହିଥିବା ଅନୁମାନ କରି ଅଧିକ ତଦନ୍ତଜାରି ରଖିଛି ବନବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking