26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ୨ଟି ପୃଥକ ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ତାଙ୍ଗଧର ଏବଂ ମାଚିଲ ନିକଟ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷା କର୍ମୀଙ୍କ ସହିତ ସେମାନଙ୍କର ଗୁଳିବିନିମୟ ଘଟିଥିଲା। ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମରୀ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ସେନା ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟ ଜବାବ ଦେଇଥିଲା।କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ତଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜୌରୀରେ ଏହି ଏନକାଉଣ୍ଟର ଚାଲିଛି। ଏନକାଉଣ୍ଟର ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ପୂରା ଅଞ୍ଚଳରେ ଆହୁରି ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସର୍ଚ୍ଚ ଅପରେଶନ ଜାରି ରହିଛି। ତଙ୍ଗଧର ଅଞ୍ଚଳଟି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଇନ ଅଫ କଣ୍ଟ୍ରୋଲ (ଏଲ୍‌ଓସି) ନିକଟରେ ଅବସ୍ଥିତ। ଏହି ରାସ୍ତା ଦେଇ ସର୍ବଦା ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking