28.1 C
Bhubaneswar
Wednesday, June 26, 2024
Homeଓଡିଶାଦେବୀ ନଦୀରେ ବୁଡି ୩ ଛାତ୍ର ମୃତ

ଦେବୀ ନଦୀରେ ବୁଡି ୩ ଛାତ୍ର ମୃତ

କୋଣାର୍କ : ଦେବୀ ନଦୀରେ ବୁଡି ୩ ଛାତ୍ରଙ୍କ ମୃତ ଘଟିଛି । ବାଲିଡିହା ଗାଁ ଦେବୀ ନଦୀରେ ଗାଧୋଇବାବେଳେ ଏପରି ଅଘଟଣ ଘଟିଛି । ସମସ୍ତ ମୃତକ ବାଲିଡିହା ଗାଁର ହୋଇଥିବା ବେଳେ, ସେମାନଙ୍କ ବୟସ ୧୩ ରୁ ୧୫ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ୮ମ , ଜଣେ ୯ମ ଏବଂ ଜଣେ ୧୦ମ ଛାତ୍ର ଥିଲେ ।

ଅନ୍ୟପକ୍ଷେ ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା । ଡ୍ରେନରେ ଭାସିଯାଇଥିବା ନାବାଳକକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ରାଜଧାନୀରେ ଖୋଲା ଡ୍ରେନ୍‌ରେ ଏକ ୧୧ ବର୍ଷର ନାବାଳକ ଭାସିଯାଇଥିଲା । ପ୍ରବଳ ବର୍ଷ ଯୋଗୁଁ ଏପରି ଅଘଟଣ ଘଟିଛି ବୋଲି ସୂଚନା ମିଳିଥିଲା । ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍‌ ପାଖରେ ପହଞ୍ଚି ଖୋଜାଖୋଜି କରୁଥିଲେ । କିଛି ସମୟ ଖୋଜାଖୋଜି କରି ତାକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଉଦ୍ଧାର ବେଳେ ତାର ସ୍ୟସ୍ଥ୍ୟ ଅବସ୍ଥା ଭଲ ନଥିଲା। ଡାକ୍ତରଖାନରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ , ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର କିଛି ପିଲା ଅପରାହ୍ନରେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ହଠାତ ପ୍ରବଳ ବର୍ଷା ହୋଇଥିଲା । ଠିକ୍‌ସେହି ସମୟରେ ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଡ୍ରେନ୍‌କୁ ଯାଇଥିଲା। ତେବେ ବେଲୁନ୍‌ ଆଣୁଥିବା ବେଳେ ବର୍ଷା ପାଣିରେ ଭରା ଡ୍ରେନରେ ଏସ୍‌କେ ରାଜେଶ୍‌ ଭାସିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking