19.1 C
Bhubaneswar
Sunday, December 21, 2025
Homeଓଡିଶାକଟୁରୀ ଗ୍ୟାଙ୍ଗର ୩ ଲୁଟେରା ଗିରଫ

କଟୁରୀ ଗ୍ୟାଙ୍ଗର ୩ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆତଙ୍କ ରଚାଇ ଥିବା କଟୁରୀ ଗ୍ୟାଙ୍ଗର ତିନି ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ସମ୍ପର୍କରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶଳା ଓ ଭିଣୋଇ ହୋଇଥିବା ବେଳେ ରାଜଧାନୀରେ ଲୁଟର ନୂତନ ତରିକା ଆପଣାଇଥିଲେ । ସକାଳୁ ସକାଳୁ ମର୍ଣ୍ଣିଂୱାକ୍ କରୁଥିବା ମହିଳାଙ୍କୁ ଟାର୍ଗେଟ କରି ସେମାନେ ପିନ୍ଧିଥିବା ସୁନା ଅଳଙ୍କାର କଟୁରୀ ମୁନରେ ଲୁଟି ଅଖି ପିଛୁଳକେ ବାଇକରେ ଛୁ ମାରୁଥିଲେ । ଆଜି ସେହି କଟୁରୀ ବା ଶଳା ଓ ଭିଣୋଇ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୁଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ବାଳେଶ୍ୱର ଜିଲ୍ଲା ସଦର ଥାନା ଅଞ୍ଚଳର ଗଣେଷ ପୁର୍ଷ୍ଠି(୪୧), ଜାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର   ଶଙ୍କର ଦାସ(୨୯) ହୋଇଥିବା ବେଳେ ଉଭୟ ସହୀଦନଗର ଥାନା ଅନ୍ତର୍ଗତ ବିଣୀବାହର ନିକଟସ୍ଥ ଅଖଣ୍ଡଳମଣୀ ବସ୍ତିରେ ରହୁଥିଲେ ଏବଂ ଲଟେରା ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ଏସକେ. ନିୟାମଦ୍ ଓରଫ ଛୋଟୁ(୨୮) ସେ ଖାରବେଳନଗର ଥାନା ଅଞ୍ଚଳରେ ରହୁଥିଲେ । ଦୈତ୍ୱ ନଗରୀ ପୁଲିସ କମିଶନରଙ୍କ କହିବା ମୁତାବକ୍‌, ଏମାନେ ଭୋର ସକାଳୁ ପ୍ରାତଃ ଭ୍ରମଣ କରୁଥିବା ବୟସ୍କ ମହିଳାଙ୍କୁ ଟାର୍ଗେଟ କରୁଥିଲେ । ଆଉ ସମୟ ସୁବିଧା ଦେଖି ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚେନ୍ । ଦରକାର ପଡ଼ିଲେ କଟୁରୀରେ ଆକ୍ରମଣ ମଧ୍ୟ କରୁଥିଲେ । ଗଣେଶ ଓ ଶଙ୍କରଙ୍କୁ ଲୁଟ୍‌ରେ ସହଯୋଗ କରୁଥିଲେ ଏସକେ୍ ନିୟାମଦ । ସବୁଠାରୁ ମଜାଦାର କଥା ହେଉଛି ଜେଲ୍‌ରେ ସେକ୍ ନିୟାମଦଙ୍କ ସହିତ ଗଣେଶ ଓ ଶଙ୍କରଙ୍କ ଦେଖା ହୋଇଥିଲା । ତା’ପରେ ଉଭୟଙ୍କ ଭିତରେ ବନ୍ଧୁତା ଗଢ଼ି ଉଠିଥିଲା । ଜେଲରେ ଥିବା ବେଳେ ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହାଇକୋର୍ଟରୁ ବେଲ୍ ମିଳିବା ପରେ ଗଣେଶ ଓ ଶଙ୍କର ଜେଲରୁ ବାହାରିଥିଲେ । ପରେ ସେକ୍ ବାହାରିଥିଲେ । ତା’ପରେ ଲୁଟ୍‌ରେ ଲାଗିପଡ଼ିଥିଲେ । ଗତ ୩ ସପ୍ତାହରେ ଏହି ଗ୍ୟାଙ୍ଗ କଟକ ଓ ଭୁବନେଶ୍ୱରରେ ୬ଟି ଲୁଟ୍ କରିଥିଲେ । ଲୁଟ୍‌ର ତରିକା ପ୍ରାୟତଃ ସମାନ ଥିଲା । ଏନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା କମିଶନରେଟ୍ ପୁଲିସ୍ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍ । ଏହି ଟିମ୍ ଲୁଟ୍ ହୋଇଥିବା ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ । ତା’ପରେ ସେମାନଙ୍କ ପତ୍ତା ପାଇଥିଲା । ଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍ । ସେମାନଙ୍କ ହେପାଜନରୁ ପୁଲିସ ୪ଟି ସୁନା ଚେନ୍‌, ୩ଟି ଇମିଟେସନ୍‌, ୩ଟି ମୋବାଇଲ୍‌, ଲୁଟ୍‌ରେ ବ୍ୟବହାର ହେଉଥିବା ଗୋଟିଏ ବାଇକ୍ ଓ ୨ କଟୁରୀ ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking