24.1 C
Bhubaneswar
Wednesday, January 14, 2026
Homeଓଡିଶାଆଜିଠାରୁ ଆରମ୍ଭ ହେଲା +୩ ନାମଲେଖା

ଆଜିଠାରୁ ଆରମ୍ଭ ହେଲା +୩ ନାମଲେଖା

ଭୁବନେଶ୍ୱର: ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ। +୨ ପରୀକ୍ଷା ଦେଇଥିବା ପିଲାମାନେ ପରୀକ୍ଷାଫଳ ପ୍ରକାଶ ପାଇବାର ୧୦ଦିନ ମଧ୍ୟରେ ସେମାନଙ୍କ ମାର୍କ ଅପଡେଟ୍ କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମଥର ପାଇଁ ସ୍ନାତକ ନାମଲେଖା ହେବ। ସେହି ଅନୁସାରେ ପୂର୍ବରୁ ଅନର୍ସ କୁହାଯାଇଥିବା ବିଷୟକୁ ‘ମେଜର’ ଓ ଜେନେରାଲ୍ ଇଲେକ୍‌ଟିଭ୍ (ଜିଇ) ବଦଳରେ ‘ମାଇନର’ ବିଷୟ କୁହାଯିବ। ଆବେଦନ ସମୟରେ ଛାତ୍ରଛାତ୍ରୀ ୩ଟି ଉପାୟରେ ବିଷୟ ଚୟନ କରିପାରିବେ। ଗୋଟିଏ ମେଜର ସହିତ ଦୁଇଟି ମାଇନର ବିଷୟ କିମ୍ବା ଦୁଇଟି ମେଜର ବିଷୟ କିମ୍ୱା ତିନିଟି ମାଇନର ବିଷୟ ଦେଇପାରିବେ। ପ୍ରଥମ ପର୍ଯ୍ୟାୟ ନାମଲେଖା ୪ଟି ରାଉଣ୍ଡରେ ହେବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲା ପରବର୍ତ୍ତୀ ପର୍ଯ୍ୟାୟ ନାମଲେଖାରେ ଆଉ ଅଂଶଗ୍ରହଣ କରିପାରିବେ ନାହିଁ। ଜୁଲାଇ ୧୦ତାରିଖ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking