26.1 C
Bhubaneswar
Thursday, September 19, 2024
Homeଓଡିଶା୩ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମୋହର

୩ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମୋହର

ଭୁବନେଶ୍ୱର : ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହୋଇଛି । ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।
୧.ମୃତ ବାପାର ଚାକିରି ପାଇବ ଝିଅ
ଏଣିକି ସରକାରୀ ଚାକିରିରେ ଥାଇ ବାପାଙ୍କ ମୃତ୍ୟୁ ହେଲେ ତାଙ୍କ ଝିଅଙ୍କୁ ଚାକିରି ମିଳିବ । ଅବିବାହିତା ଝିଅ ବା ସାବତ ଝିଅଙ୍କୁ ଚାକିରି ପ୍ରଦାନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଥଇଥାନ ଯୋଜନାରେ ଅବିବାହିତା ଝିଅ ବା ସାବତ ଝିଅଙ୍କୁ ଚାକିରି ମିଳିବ ।
୨.ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ
ଅଗ୍ନିବୀରଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କରାଯାଇଛି । ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିିର୍ସରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।୧ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ । ପୁଲିସ, ଅଗ୍ନିଶମ ଓ ବିନବିଭାଗରେ ୧୦ ପ୍ରତିଶତ ସଂରକ୍ଷଣ ରହିବ ।
୩.ଆଦାନୀ ନେଲା ଗୋପାଳପୁର ବନ୍ଦର
ଗୋପାଳପୁର ବନ୍ଦର ନେଇ କ୍ୟାବିନେଟରେ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତଦନୁଯାୟୀ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ହାସଲ କରିଛି । ବାକି ୫ ପ୍ରତିଶତ ଅଂଶଧନ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିବ । ୯୫%: ୫% ଅଂଶଧନ ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking