35.1 C
Bhubaneswar
Sunday, April 5, 2026
Homeଓଡିଶାସସପେଣ୍ଡ ହେଲେ ୩ ପୁଲିସ କର୍ମଚାରୀ

ସସପେଣ୍ଡ ହେଲେ ୩ ପୁଲିସ କର୍ମଚାରୀ

ଭୁବନେଶ୍ୱର : ନୟାଗଡ଼ର ସଦର ଥାନାର ୩ ପୁଲିସ କର୍ମଚାରୀଙ୍କୁ ଏସପି ସସପେଣ୍ଡ କରିଛନ୍ତି । ତ୍ରୁଟିରେ ଖିଲାପ ନେଇ ଏମାନଙ୍କୁ ସସପେଣ୍ଡ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ସସପେଣ୍ଡ ହୋଇଥିବା କର୍ମଚାରୀମାନେ ହେଲେ ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ୱରୀ ନାୟକ ଓ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ ଏମାନଙ୍କୁ ସସପେଣ୍ଡ କରାଯାଇଛି । ଗୋଳଶାଳା ଗ୍ରାମରେ ହୋଇଥିବା ଚୋରି ସମ୍ପର୍କିତ ଏକ ଅଭିଯୋଗକୁ ଏମାନେ ଗ୍ରହଣ କରିନଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଆଧାର କରି ଏସପି ଉପରୋକ୍ତ ୩ ପୁଲିସ କର୍ମଚାରୀଙ୍କୁ ଚାକରିରିୁ ନିଲମ୍ବିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking