26.1 C
Bhubaneswar
Saturday, January 17, 2026
Homeଖେଳପାକ୍ ହକି ଟିମ୍‌ର ୩ ଖେଳାଳି ଆଜୀବନ ବାସନ୍ଦ

ପାକ୍ ହକି ଟିମ୍‌ର ୩ ଖେଳାଳି ଆଜୀବନ ବାସନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ହକି ଟିମ୍‌ର ତିନିଜଣ ଖେଳାଳି ଏବଂ ଫିଜିଓଥେରାପିଷ୍ଟଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ଏମାନେ ସମସ୍ତେ ପାକିସ୍ତାନ ହକି ମହାସଂଘକୁ ସୂଚନା ନଦେଇ ୟୁରୋପୀୟ ଦେଶରେ ନାଗରିକତା ହାସଲ ପାଇଁ ଉଦ୍ୟମ କରିଥିଲେ। ପାକିସ୍ତାନ ହକି ମହାସଂଘ ସାଧାରଣ ସମ୍ପାଦକ ରାଣା ମୁଜାହିଦ୍ ଗୁରୁବାର ଏହା ସ୍ପଷ୍ଟ କରିବା ସହ କହିଛନ୍ତି, ମୁର୍ତ୍ତଜା ୟାକୁବ୍‌, ଇହତେସାମ୍ ଇସ୍‌ଲାମ ଏବଂ ଅବ୍‌ଦୁର ରହମାନଙ୍କ ସହିତ ଫିଜିଓଥେରାପିଷ୍ଟ ୱକାସ୍ ଗତମାସରେ ନେସନ୍ସ କପ୍ ପାଇଁ ନେଦରଲାଣ୍ଡ୍ ଓ ପୋଲାଣ୍ଡ ଯାଇଥିଲେ। ତେବେ ଟିମ୍ ଫେରିବା ପରେ ତିନି ଖେଳାଳି ଘରୋଇ କାରଣ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ପାଇଁ ଆୟୋଜିତ ଟ୍ରେନିଂ ଶିବିରରେ ଭାଗ ନେଇପାରିବେ ନାହିଁ ବୋଲି ସୂଚନା ଦେଇଥିଲେ। କିନ୍ତୁ ପରେ ଟିମ୍ ପାଇଁ ଜାରୀ ଭିସାରେ ସେମାନେ ହଲାଣ୍ଡ ଯାଇ ସେଠାରେ ନାଗରିକତା ହାସଲ ପାଇଁ ଉଦ୍ୟମ ଚଳାଇଥିଲେ ବୋଲି ଜଣାପଡ଼ିଥିବା ମୁଜାହିଦ୍ କହିଛନ୍ତି। ମୁଜାହିଦ କହିଛନ୍ତି, ପାକିସ୍ତାନ ହକି ମହାଂସଂଘ (ପିଏଚ୍‌ଏଫ୍‌) କଂଗ୍ରେସ ଆଜୀବନ ବାସନ୍ଦକୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ପାକିସ୍ତାନ କନ୍‌ସୁଲେଟ୍ ଜରିଆରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ପିଏଚ୍‌ଏଫ୍ ଅଧ୍ୟକ୍ଷ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking