21.1 C
Bhubaneswar
Thursday, February 5, 2026
Homeଓଡିଶାପଦ୍ମ ପୁରସ୍କାର ଗ୍ରହଣ କଲେ ୩ ଓଡ଼ିଆ

ପଦ୍ମ ପୁରସ୍କାର ଗ୍ରହଣ କଲେ ୩ ଓଡ଼ିଆ

ନୂଆଦିଲ୍ଲୀ,: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଦ୍ମ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ବିଜେତାଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଛନ୍ତି । ସେମାନେ ହେଲେ ଅଦ୍ୱୈତ ଚରଣ ଗଡ଼ନାୟକ (କଳା), ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର (ଚିକିତ୍ସା), ଦୁର୍ଗା ଚରଣ ରଣବୀର (କଳା)। ପଦ୍ମ ପୁରସ୍କାର ପାଇଥିବା ଅଦ୍ୱୈତ ଚରଣ ଗଡ଼ନାୟକ ଜଣେ ପ୍ରସିଦ୍ଧ ଭାରତୀୟ ମୂର୍ତ୍ତିଶିଳ୍ପୀ, ଯିଏ କି କଳା ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜଣାଶୁଣା। ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଐତିହ୍ୟର ଗଭୀରତାକୁ ପ୍ରତିଫଳିତ କରୁଥିବା ମୂର୍ତ୍ତି ନିର୍ମାଣରେ ତାଙ୍କର ଦକ୍ଷତା ପାଇଁ ସେ ବହୁତ ପ୍ରଶଂସିତ। ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଦେଶର ଜଣେ ବିଶିଷ୍ଟ ନ୍ୟୁରୋ ସର୍ଜନ ଯିଏ କି ଦିଲ୍ଲୀ ଏମ୍ସରେ ୪ ଦଶନ୍ଧି ଧରି କାର୍ଯ୍ୟ କରିବା ସହ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ଥିଲେ। ଏବେ ସେ ସୋଆ (ଡିମଡ୍‌) ବିଶ୍ୱବିଦ୍ୟାଳୟର ଚିକିତ୍ସା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି। ସେହିପରି ଓଡ଼ିଶୀ ନୃତ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଦୁର୍ଗାଚରଣ ରଣବୀର ତାଙ୍କର ଅସାଧାରଣ ନୃତ୍ୟକଳା ପାଇଁ ଜଣାଶୁଣା ଏବଂ ଜଣେ ଗୁରୁ ଭାବରେ ସମ୍ମାନିତ। ତାଙ୍କର ଚାରି ଦଶନ୍ଧିର କ୍ୟାରିୟରରେ ସେ ଏହି ନୃତ୍ୟର ପ୍ରଚାର ପ୍ରସାର ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଜଣେ ନୃତ୍ୟଶିଳ୍ପୀ, ପ୍ରଦର୍ଶକ, ଗୁରୁ ଏବଂ କୋରିଓଗ୍ରାଫର ଭାବରେ କାର୍ଯ୍ୟ କରିଥିଲେ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସାହିତ୍ୟ ଓ ଶିକ୍ଷା ପାଇଁ ଡ. ପ୍ରତିଭା ଶତପଥୀ ପଦ୍ମପୁରସ୍କାର ପାଇଁ ମଧ୍ୟ ଚୟନ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking