24.1 C
Bhubaneswar
Wednesday, December 18, 2024
Homeଓଡିଶାପ୍ରଦୀପ ପାଣିଗ୍ରାହୀଙ୍କ ମାମଲା : ଓହରିଲେ ଆଉ ୩ ଏତଲାକାରୀ

ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା : ଓହରିଲେ ଆଉ ୩ ଏତଲାକାରୀ

ଗଞ୍ଜାମ: ଟାଟା ମୋଟଟର୍ସରେ ଚାକିରି ନାଁରେ ଠକେଇ ମାମଲାରୁ ଓହରିଲେ ଆଉ ୩ ଏତଲାକାରୀ। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଛନ୍ତି। ପ୍ରଦୀପ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମଏଫସି କୋର୍ଟରେ ଏମାନେ କହିଛନ୍ତି। ପୂର୍ବରୁ ଆଉ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କହିଥିଲେ ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି। ଅର୍ଥାତ ସମସ୍ତ ୫ ଅଭିଯୋଗକାରୀ ଏବେ ଏହି ମାମଲାରୁ ଓହରି ଯାଇଛନ୍ତି। ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ଗତ ୧୦ ତାରିଖରେ ୨ ଜଣ ଅଭିଯୋଗକାରୀ ସେମାନଙ୍କୁ ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ କହିଥିବା ପ୍ରଦୀପଙ୍କ ଓକିଲ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking