25.1 C
Bhubaneswar
Monday, March 16, 2026
Homeଓଡିଶାଝାଡ଼ାବାନ୍ତିରେ ୩ ମୃତ;୧୫ ଆକ୍ରାନ୍ତ

ଝାଡ଼ାବାନ୍ତିରେ ୩ ମୃତ;୧୫ ଆକ୍ରାନ୍ତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସୁଡ଼ା ପଞ୍ଚାୟତ ମହଗାରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଖୋଲାଣ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମଙ୍କ ତଦାରଖରେ ଅନ୍ୟମାନେ ଘରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ତେବେ ଗାଁରେ କାହିଁକି ଝାଡ଼ାବାନ୍ତି ବ୍ୟାପିଛି ଏହାର କାରଣ ଜଣାପଡ଼ି ନାହିଁ। ଗାଁରେ ଡାକ୍ତରୀ ଟିମ୍ ସ୍ଥିତି ଉପରେ ନଜର ରଖିଛନ୍ତି। ସେହିପରି ପାଣି ନମୂନା ପରୀକ୍ଷା ପଠାଇଥିବା ଜଣାଯାଇଯାଇଛି। ଅନ୍ୟପକ୍ଷରେ ମାସକ ମଧ୍ୟରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିପରି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଦଣ୍ଡସେନାଗୁଡା ଗାଁରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିବ ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking