କଟକ: କଟକ ମଣିସାହୁ ଛକରେ କୋଠା ଭାଙ୍ଗି ୩ ମୃତ ଘଟଣାରେ ଜିଲ୍ଲାପାଳଙ୍କ ସୂଚନା । ସସୂଚନା ଦେଇ କହିଛନ୍ତି ଯେ ସିଏମସି କମିଶନର ଓ ସିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ ହୋଇଛି । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ବେଆଇନ ଭାବେ ନିର୍ମାଣ ଅଭିଯୋଗର ତଦନ୍ତ କରିବେ । ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାକି ଅସୁରକ୍ଷିତ ବିଲ୍ଡିଂ ଭଙ୍ଗା ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ବର୍ଷା ଋତୁ ଥିବାରୁ ବିଲ୍ଡିଂ ଭଙ୍ଗା ହୋଇ ପାରିନଥିଲା , ଖୁବଶୀଘ୍ର ଆରମ୍ଭ ହେବ । ଏହି ଘଟଣାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ବେସରକାରୀ ବିପଦପୂର୍ଣ୍ଣ ଘର ଭାଙ୍ଗିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ବିପଦପୂର୍ଣ୍ଣ ବିଲଡିଂ ଘୋଷଣା କରିବା ପୂର୍ତ୍ତ ବିଭାଗର ଦାୟିତ୍ୱ । ବିପଦପୂର୍ଣ୍ଣ କୋଠା ଭାଙ୍ଗିବା ଦାୟିତ୍ୱ ନଗର ଉନ୍ନୟନ ବିଭାଗର । ସରକାରୀ ଘରକୁ ଅସୁରକ୍ଷିତ ଘୋଷଣା କରିବା ସରକାରଙ୍କ ଦାୟିତ୍ୱ । ଅସୁରକ୍ଷିତ ଘର ମାଲିକ ସଚେତନ ହେବା ଦରକାର ।










