କୋଣାର୍କ: କୋଣାର୍କରୁ ସମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଚନ୍ଦ୍ରଭାଗା ସମୁଦ୍ରରେ ପୃଥକ ଘଟଣାରେ ବୁଡି ୩ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଜଣେ ଯୁବକଙ୍କ ମୃତୁ ଘଟିଛି । ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ କଟକ ପାହାଳ ଅଞ୍ଚଳର ବାସିନ୍ଦା ହୋଇଥିବେ ନୋଇ ସୂଚନା ମିଳିଛି । ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଉଥିବେ ବେଳେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି । ଅନ୍ୟ ଏକ ଘଟଣାରେ ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ବୁଡି ୨ ଯୁବକଙ୍କ ମୃତୁ ଘଟିଛି । ମୃତ ଦୁଇ ଯୁବକ ଭୁବନେଶ୍ୱରର ବାସିନ୍ଦା ଭାବେ ଚିହ୍ନଟ ହୋଇଛନ୍ତି ।









