ନୂଆଦିଲ୍ଲୀ : ୬% କଷ୍ଟମ ଡ୍ୟୁଟି କମିବା ପରେ ସାଢେ ୩ କୋଟି କମିଲା ସୁନା ଦର । ୧୦ ଗ୍ରାମ ପିଛା ସାଢେ ୩ ହଜାର ଟଙ୍କା ହ୍ରାସ ପାଇଥିବା ସୂଚନା । ପୂର୍ବରୁ ୧୦ ଗ୍ରାମ ପିଛା ୬୭,୫୦୦ ଟଙ୍କା ଥିଲା, ଏବେ ୬୪ ହଜାର । ପୂର୍ବରୁ ରୁପା କିଲୋ ୯୫ ହଜାର ଥିଲା, ଏବେ ୯୦ ହଜାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁଯାୟୀ, ସୁନା ଓ ରୁପା ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ୧୫%ରୁ ୬%କୁ ହ୍ରାସ ପାଇଛି। ଏହା ମଧ୍ୟରେ ଥିବା ମୂଳ ସୀମା ଶୁଳ୍କ ୧୦ରୁ ୫% ଓ କୃଷି ସେସ୍ ୫%ରୁ ୧%କୁ କମିଛି। ଏହି ହ୍ରାସ ନିଷ୍ପତ୍ତି ପରେ ସୁନା ଓ ରୁପାର ଦାମ କମି ଯାଇଛି।










