26.1 C
Bhubaneswar
Thursday, March 19, 2026
Homeଓଡିଶା୩୭ ଲକ୍ଷ ହିତାଧିକାରୀ କରିନାହାନ୍ତି ରାସନ କାର୍ଡ ଇ-କେୱାଇସି

୩୭ ଲକ୍ଷ ହିତାଧିକାରୀ କରିନାହାନ୍ତି ରାସନ କାର୍ଡ ଇ-କେୱାଇସି

ଭୁବନେଶ୍ୱର :ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଇ-କେୱାଇସି କରି ନ ଥିବା ସୂଚନା ମିିଳିଛି । ରାସନ କାର୍ଡ ଇ-କେୱାଇସି ପାଇଁ କଣ୍ଟ ଦେଇଛନ୍ତି ଯେଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୧୫ ତାରିଖ ସୁଦ୍ଧା ଇ-କେୱାଇସି ଅପଡେ଼ଟ୍‌ ନ କଲେ ସେମାନଙ୍କ କାଡର଼୍କୁ କାଟି ଦିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆଉ ମାତ୍ର ୬ ଦିନ ବାକି ରହିଛି। ଏହାରି ଭିତରେ ଇ-କେୱାଇସି ଅପ୍‌ଡେଟ୍‌ କରିନଥିବା ଲୋକମାନେ ସରକାରୀ ଖୁଚୁରା କେନ୍ଦ୍ର ଓ ଜନସେବା କେନ୍ଦ୍ରକୁ ଯାଇ ନିଜର ଇ-କେୱାଇସି କରାଇ ନିଅନ୍ତୁ। ଯେଉଁମାନେ ଏହି ପ୍ରକ୍ରିୟାରେ ସାମିଲ ନ ହେବେ ସେମାନଙ୍କ କାର୍ଡକୁ କାଟି ଦିଆଯିବ। ସ୍ୱତଃପ୍ରବୃତ୍ତ ଭାବେ ସେମାନେ ଫେରାଇଦେଲେ ବୋଲି ଧରି ନିଆଯିବ। ଆସନ୍ତା ୧୫ ତାରିଖ ପରେ ଆଉ ଇ-କେୱାଇସି ଅବଧି ବଢ଼ାଯିବ ନାହିଁ।

ସେ ଆହୁରି କହିଛନ୍ତି, ଚାକିରି କରିଥିବା ଅଥବା ଆୟକର ଦେଉଥିବା ୧୨ ହଜାର ଅଯୋଗ୍ୟ ହିତାଧିକାରୀ ରାସନ୍‌କାର୍ଡ ଫେରାଇ ସାରିଛନ୍ତି। ଯେଉଁମାନେ ଇ-କେୱାଇସି କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ। ଇ-କେୱାଇସି ନ କଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ। ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇଲେ, ତେବେ ସରକାର ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନେବେ। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି। ସେମାନଙ୍କ ଯୋଗ୍ୟତା ଯାଞ୍ଚ କରାଯାଇ, ଖୁବ୍‌ଶୀଘ୍ର ସେମାନଙ୍କୁ କାର୍ଡ ଦିଆଯିବ। ସେହିପରି ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ହାତେଇଥିବା ଜଣାପଡ଼ିଛି। ସେମାନେ ସ୍ୱାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ। ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି କାର୍ଡ ଗୁଡ଼ିକୁ ମଧ୍ୟ ବାତିଲ୍‌ କରାଯିବ। ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ ଆସିଲେ, ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking