28.1 C
Bhubaneswar
Sunday, March 29, 2026
Homeଓଡିଶାସୁବର୍ଣ୍ଣରେଖାରେ ବୁଡ଼ି +୨ ପ୍ରଥମ ବର୍ଷର ଛାତ୍ର ମୃତ

ସୁବର୍ଣ୍ଣରେଖାରେ ବୁଡ଼ି +୨ ପ୍ରଥମ ବର୍ଷର ଛାତ୍ର ମୃତ

ବାଲିଆପାଳ: ସୁବର୍ଣ୍ଣରେଖା ନଦୀରେ ତିନି ଜଣ ଏକ କଦଳୀ ଭେଳାରେ ବୁଲିବାବେଳେ ଦୁଃଖଦ ଘଟଣା ଘଟିଯାଇଛି। ଭେଳାଟି ଓଲଟିବାରୁ ଜଣେ ନାବାଳକର ସଲିଳ ସମାଧି ହୋଇଯାଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ବନ୍ୟାର ପ୍ରକୋପ କମିଥିଲେ ହେଁ ସୁବର୍ଣ୍ଣରେଖା ନଦୀ ଜଳପୂର୍ଣ୍ଣ ଥିବାବେଳେ ସ୍ରୋତ ବି ପ୍ରଖର ରହିଛି। ଆଜି ଦ୍ୱିପ୍ରହରେ ବଢ଼ାପାଳ ଗ୍ରାମର ପୁନଃ ରଞ୍ଜନ ନନ୍ଦୀଙ୍କ ପୁଅ ପ୍ରତ୍ୟୁଷ ନନ୍ଦୀ(୨୨), ଦିଲ୍ଲୀପ ନନ୍ଦୀ(୧୮) ଓ ସର୍ଦ୍ଦାର ସାହି ଗ୍ରାମର ସୁବାସ ରଣାଙ୍କ ସାନ ପୁଅ ତାପସ କୁମାର ରଣା(୧୬) ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ​‌ତେବେ ସେମାନେ ଏକ କଦଳୀ ଭେଳାରେ ନଦୀରେ ବୁଲିବାକୁ ବାହାରିଥିଲେ। ସେମାନେ ବୁଲୁଥିବାବେଳେ ଭେଳାଟି ଭାରସାମ୍ୟ ହରାଇ ନଦୀ ଗର୍ଭରେ ଓଲଟି ପଡ଼ିଥିଲା।

ଫଳରେ ତିନି ଜଣ ଯାକ ଗଭୀର ପାଣିରେ ବୁଡିଯାଇଥିଲେ। କିଛି ଦୂରରେ ଥିବା ଗ୍ରାମବାସୀ ଏହା ଦେଖି ପାଣି ଭିତରୁ ପ୍ରତ୍ୟୁଷ ଓ ଦିଲ୍ଲୀପଙ୍କୁ ଉଦ୍ଧାର କରିଥିଲେ। ପରେ ତାପସଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କୁ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାପସଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାଯାଇଛି। ମୃତ ତାପସ ଦେଭୋଗସ୍ଥିତ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷର ଛାତ୍ର ଥିଲେ। ବାଲିଆପାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking