15.1 C
Bhubaneswar
Friday, December 12, 2025
Homeଓଡିଶାଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ; ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ

ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ; ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ । ଏହି ପର୍ଯ୍ୟାୟ ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ହେବ ନା ସ୍ୱାଭାବିକ ହୋଇ ଚାଲିବ ତା ଉପରେ ରହିଛି ସମସ୍ତଙ୍କ ନଜର । ୨୪ ବର୍ଷ ପରେ ବିଧାନସଭାର ଚିତ୍ର ବଦଳିଥିଲା । ବିରୋଧୀ ଆସନରେ ପ୍ରଥମ ଥର ପାଇଁ ବସିଥିଲା ବିଜେଡି ଆଉ ଶାସକ ଦଳ ଆସନରେ ବସିଥିଲା ବିଜେପି । ହେଲେ, ଗୃହ ଭିତରର ଦୃଶ୍ୟପଟ୍ଟ ବଦଳିନଥିଲା । ବିଧାୟକମାନେ ହୋହାଲ୍ଲା ନାରାବାଜି, ପୋଡିୟମ ଉପରେ ଚଢ଼ିବା ଭଳି ଘଟଣା ଦେଖିବାକୁ ମିଳିଥିଲା । ଆଲୋଚନା କମ୍ ହେଉଥିଲା, କୋଳାହଳ ବେଶୀ ଥିଲା । ଯାହାଫଳରେ ଲୋକଙ୍କ ପ୍ରସଙ୍ଗ ଗୌଣ ହୋଇଯାଇଥିଲା । ଲୋକେ ବିଧାୟକଙ୍କୁ ନିର୍ବାଚିତ କରି ବିଧାନସଭାକୁ ପଠାଇଥିବା ବି ନିଜ ନିର୍ବାଚନମଣ୍ଡଳୀର ପ୍ରସଙ୍ଗ ଉଠାଇ ପାରିନଥିଲେ ।

ତେଣୁ ଏଥର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଲୋକଙ୍କ ପ୍ରସଙ୍ଗ ଉଠିବ ନା ହୋହାଲ୍ଳାରେ ଶେଷ ହୋଇଯିବ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏଥର ସବୁ ରାଜନୈତିକ ଦଳ ସ୍ୱତନ୍ତ୍ର ରଣନୀତି କରିଛନ୍ତି । ଗୃହ ଭିତରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଜୋରଦାର କାଉଁଣ୍ଟର କରିବାକୁ ଶାସକ ଦଳ ମଧ୍ୟ ତୟାର ହୋଇଛି । ତେବେ ବିଧାନସଭା ସ୍ୱାଭାବିକ ଭାବେ ଚାଲୁଛି, ନା ହଙ୍ଗାମା ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking