ଭୁବନେଶ୍ୱର: ରାଜ୍ୟରେ ରହିଛି ୨୯୫ ଟି ଫାଣ୍ଡି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହକୁ ଅବଗତ କଲେ , ଆଇନ ମନ୍ତ୍ରୀ । ୨୯୫ ଟି ଫାଣ୍ଡିରୁ ୧୨୨ ଟି ସହରାଞ୍ଚଳ ଫାଣ୍ଡି । ୬୮୫ ପୋଲିସ ଥାନା ଓ ୧୩୯ ବିଟ ହାଉସ ଅଛି । ନୂଆ ଥାନା ଗଠନ ପାଇଁ ୯ ଟି ମାନ ଦଣ୍ଡ ରହିଛି । ଗୋଟିଏ ଦିନ ଗୃହ ମୁଲତବି ପରେ ଆଜି ପୁଣି ଚାଲିଛି ଶୀତକାଳୀନ ବିଧାନସଭା ଅଧିବେଶନ । ବାଚସ୍ପତିଙ୍କ ଉପସ୍ଥିତିରେ ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ ଉତ୍ତର । ଏ ନେଇ ଆଜି ବିଧାନ ସଭାରେ ରାଜ୍ୟରେ ଫାଣ୍ଡିକୁ ନେଇ ଆଇନ ମନ୍ତ୍ରୀ ଉତ୍ତର ରଖିଛନ୍ତି ।