33.1 C
Bhubaneswar
Friday, April 3, 2026
Homeଓଡିଶାଖଣିରେ ପଶିଲେ ୨୬ ଟିକିଆ ହାତୀପଲ: ଲୋକେ ଆତଙ୍କିତ

ଖଣିରେ ପଶିଲେ ୨୬ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର : ଖଣିରେ ପଶିଲେ ହାତୀ ପଲ । କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜର କୋଟାମାଟି ଲୌହ ଖଣିରେ ୨୬ ଟିକିଆ ହାତୀ ପଲ ପଶିଛନ୍ତି । ଏହି ପଲରେ ୧୨ଟି ମାଇ , ୬ଟି ଦନ୍ତା ଓ ୮ଟି ଛୁଆ ହାତୀ ଅଛନ୍ତି । ହାତୀପଲ କଟାମାଟି ଖଣିରେ ପଶିବା ପରେ ମୂର୍ଗା ବସ୍ତି ଭିତରେ ପଶି ଉତ୍ପାତ କରିଛନ୍ତି । ଏତେ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏପଟେ ଢେଙ୍କାନାଳ ଭୁବନ ସହର ଭିତରକୁ ପଶି ଆସିଛି ହାତୀ । ଆଜି ସକାଳୁ ସହର ଭିତରେ ହାତୀ ରାସ୍ତା ମଝିରେ ଚାଲି ଚାଲି ଯାଉଥିଲା । ହାତୀ କାହାରି କିଛି କ୍ଷତି କରିନଥିବା ଜଣାପଡିଛି । ବନବିଭାଗ ଟିମ ପହଞ୍ଚି ହାତୀକୁ ଘଉଡାଇବା ସହ ସହର ବାହାରକୁ ନେଇଯାଇଥିଲେ । ବ୍ରାହ୍ମଣୀ ନଦୀକୂଳ ଆଡକୁ ନେଇ ହାତୀକୁ ଛାଡିଥିଲେ ବନବିଭାଗ କର୍ମଚାରୀ । ସହର ଭିତରେ ହାତୀକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking